୪୪ ବର୍ଷରେ ଅଭିଷେକ: ଐଶ୍ଚର୍ଯ୍ୟାଙ୍କ ସହିତ ପ୍ରେମକାହାଣୀ ଆରମ୍ଭ ହୋଇଥିଲା ଶୁଟିଂ ସେଟ୍‌ରୁ

ମୁମ୍ବାଇ: ବଲିଉଡ୍‌ ଷ୍ଟାର ଅଭିଷେକ ବଚ୍ଚନ ବୁଧବାର ୪୪ ବର୍ଷରେ ପଦାର୍ପଣ କରିଛନ୍ତି । ସେ ୧୯୭୬ ଫେବୃୟାରୀ ୫ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ପୁଅ ହେଲେ ମଧ୍ୟ ତାଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ସଫଳତା ପାଇଁ ଅନେକ ସଂଘର୍ଷ କରିବାକୁ ପଡ଼ିଥିଲା। ୨୦୦୭ରେ ତାଙ୍କ ସହିତ ଐଶ୍ଚର୍ଯ୍ୟା ରାୟ ବଚ୍ଚନ ଫିଲ୍ମ ଗୁରୁରେ ସ୍କ୍ରିନ୍‌ ଶେୟାର କରିଥିଲେ। ଏହି ଫିଲ୍ମର ଶୁଟିଂ ସେଟରୁ ଦୁହିଁଙ୍କ ମଧ୍ୟରେ ରିୟଲ ଲାଇଫ୍‌ରେ ଆରମ୍ଭ ହୋଇଥିଲା ପ୍ରେମକାହାଣୀ। ଅଭିଷେକ ଐଶ୍‌ଙ୍କୁ ନକଲି ହୀରା ମୁଦି ଦେଇ ପ୍ରପୋଜ୍‌ କରି କହି ଥିଲେ ‘ମୁଝ୍‌ସେ ଶାଦି କରୋଗୀ’। ପରେ ଐଶ୍‌ଙ୍କ ସମ୍ମତି ପରେ ଏଥିରେ ଲାଗିଥିଲା ଅମିତାଭ ବଚ୍ଚନଙ୍କ ମୋହର।

Share