୪୪ ବର୍ଷରେ ବନ୍ୟ ପ୍ରାଣୀଙ୍କ ସଂଖ୍ୟା କମିଛି ୬୦ ପ୍ରତିଶତ: ପ୍ରତିଦିନ ଶହେ ହାତୀଙ୍କ ମୃତ୍ୟୁ ଘଟୁଛି

ଓ୍ବାଶିଂଟନ,୨୫।୭: ପୃଥିବୀରେ ଜନସଂଖ୍ୟା ବଢ଼ିବାରେ ଲାଗିଛି। ଏହାର ନକାରାତ୍ମକ ପ୍ରଭାବ ଜଙ୍ଗଲ ପରିସୀମା ଉପରେ ପଡ଼ିବାରେ ଲାଗିଛି। ଜଙ୍ଗଲ ଅଭାବ ଯୋଗୁ ବନ୍ୟ ପ୍ରାଣୀଙ୍କ ସଂଖ୍ୟା କମିବାରେ ଲାଗିଛି। ଡବ୍ଲ୍ୟୁଡବ୍ଲ୍ୟୁଏଫ୍‌ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ୧୯୭୦ଠାରୁ ୨୯୧୪ ମଧ୍ୟରେ ଗତ ୪୪ ବର୍ଷରେ ବନ୍ୟ ପ୍ରାଣୀଙ୍କ ସଂଖ୍ୟା ୬୦ ପ୍ରତିଶତ କମିଛି। ପ୍ରତିଦିନ ଶହେ ହାତୀଙ୍କ ମୃତ୍ୟୁ ଘଟୁଥିବା ଏହି ରିପୋର୍ଟରେ ଦର୍ଶାଯାଇଛି। ପ୍ରତିଦିନ ୫ ହଜାର ୭ଶହ ୬୦ ଏକର ଜମି ନଷ୍ଟ ହେବାରେ ଲାଗିଛି। ପ୍ରତି ଘଣ୍ଟାରେ ୨ଶହ ୪୦ ଏକର ଜମି ନଷ୍ଟ ହେଉଥିବା ଏହି ରିପୋର୍ଟରେ ଦର୍ଶାଯାଇଛି। ବିଭିନ୍ନ ଯାନବାହନ ଦୁର୍ଘଟଣାରେ ବର୍ଷରେ ୧୨ ଲକ୍ଷ ପ୍ରାଣୀଙ୍କ ମୃତ୍ୟୁ ଘଟୁଛି। ଏହା ଦ୍ୱାରା ଇତିମଧ୍ୟରେ ୯୦ ପ୍ରତିଶତ ସିଂହ, ୯୭ ପ୍ରତିଶତ ବାଘ ବହୁ ପ୍ରଜାତି ଲୋପ ପାଇ ସାରିଲେଣି। ଏସବୁ ପ୍ରାଣୀଙ୍କ ସୃଷ୍ଟି ପାଇଁ ୫୦ରୁ ୭୦ ଲକ୍ଷ ବର୍ଷ ଲାଗିବ ବୋଲି ରିପୋର୍ଟରେ ପ୍ରକାଶ ପାଇଛି। ଜଙ୍ଗଲ ପରିସୀମା କମିବାରୁ ଖାଦ୍ୟ ଅଭାବରୁ ବନ୍ୟପ୍ରାଣୀ ଜନବସତିରେ ପ୍ରବେଶ କରୁଛନ୍ତି।

Share