Categories: ଖେଳ

୪୪ ବର୍ଷ ପୂର୍ବେ ଷ୍ଟାଡିୟମରେ ପଶି ଏହି ଭାରତୀୟ ଖେଳାଳିଙ୍କୁ ଚୁମ୍ବନ ଦେଇଥିଲେ ଶାଢ଼ି ପିନ୍ଧା ମହିଳା

ଏବେ ସୋସିଆଲ ମିଡିଆରେ ଶାଢ଼ି ଟ୍ରେଣ୍ଡ୍‌ ଚାଲିଛି। ସେଲିବ୍ରିଟିମାନେ ଶାଢ଼ି ପିନ୍ଧି ଫଟୋ ଶେୟାର କରୁଛନ୍ତି। ଏସବୁ ଭିତରେ ଏବେ ଏକ ଶାଢ଼ି ପିନ୍ଧା ମହିଳାଙ୍କ ୪୪ ବର୍ଷ ପୁରୁଣା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ ଶାଢି ପିନ୍ଧି ଜଣେ ମହିଳା ମ୍ୟାଚ୍‌ ଚାଲୁଥିବାବେଳେ ଷ୍ଟାଡିୟମ ଭିତରକୁ ପଶିଯାଇ ବ୍ୟାଟ୍ସମ୍ୟାନ୍‌ଙ୍କୁ ଚୁମ୍ବନ ଦେଇଥିଲେ। ୧୯୭୫ରେ ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ଏକ ଟେଷ୍ଟ ମ୍ୟାଚ୍‌ ଖେଳାଯାଉଥିବାବେଳେ ଏହି ଘଟଣାଟି ଘଟିଥିଲା। ଭାରତୀୟ ବ୍ୟାଟ୍ସମ୍ୟାନ୍‌ ବ୍ରଜେଶ ପଟେଲ୍‌ ବ୍ୟାଟିଂ କରୁଥିଲେ। ସେ ଅର୍ଦ୍ଧଶତକ ହାସଲ କରିବା ପରେ ପରେ ମହିଳା ଜଣଙ୍କ ଷ୍ଟାଡିୟମ ଭିତରେ ପଶି ତାଙ୍କୁ ଚୁମ୍ବନ ଦେଇଥିଲେ। ମହିଳା ଜଣଙ୍କ ଶାଢି ପିନ୍ଧି ଏତେ ଜୋରରେ ଦୌଡୁଥିଲେ ଯେ ତାଙ୍କୁ ସୁରକ୍ଷାକର୍ମୀ ଧରିବା ମୁସ୍କିଲ ହୋଇଯାଇଥିଲା।

Share