୪୪ ମିନିଟର ଭାଷଣରେ କଂଗ୍ରେସକୁ ଟାର୍ଗେଟ କଲେ ମୋଦି

ସିରସା,୧୯।୧୦: ହରିୟାଣା ବିଧାନସଭା ନିର୍ବାଚନର ଶେଷ ଦିନ ପ୍ରଚାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହୁଡ୍ଡା ଗ୍ରାଉଣ୍ଡରେ ଆୟୋଜିତ ‘ବିଜୟ ସଂକଳ୍ପ ରାଲି’ରେ ପାଖାପାଖି ୪୪ ମିନିଟ୍‌ ପର୍ଯ୍ୟନ୍ତ ଉଦ୍‌ବୋଧନ ଦେଇଥିଲେ। ଆଉ ତାଙ୍କର ଟାର୍ଗେଟରେ ଥିଲା ବିରୋଧୀ କଂଗ୍ରେସ। ସେ କଂଗ୍ରେସ ଉପରେ ଏଥର ଖୁବ୍‌ ବର୍ଷିଥିବା ଦେଖାଯାଇଥିଲା। ମୋଦି କହିଛନ୍ତି ବର୍ଷ ବର୍ଷ ଧରି କଶ୍ମୀରରେ ନିର୍ଦ୍ଦିଷ୍ଟ କେତେଜଣ ପରିବାରଙ୍କ କଥା ଚିନ୍ତା କରିବା ଓ ବିଚ୍ଛିନ୍ନତାବାଦୀଙ୍କୁ ସାହସ ଦେବା ଫଳରେ ସମସ୍ୟା ବଢିଲା। ଦିଲ୍ଲୀ ଦୁର୍ବଳ ହେଲା ଆଉ କଶ୍ମୀର ପଣ୍ଡିତମାନେ ଭୟଭିତ ହୋଇଗଲେ। ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ କରାଯିବା ପରେ କଂଗ୍ରେସର ରାଗ ବଢିଗଲା। ତେଣୁ ଏମିତି ଲୋକଙ୍କୁ ଦଣ୍ଡ ମିଳିବା ଦରକାର ଓ ସେମାନଙ୍କର ରାଜନୀତିରୁ ଅବସର ନେବା ଜରୁରୀ ବୋଲି ସେ କହିଛନ୍ତି। ଉକ୍ତ ରାଲିରେ ଭିଡକୁ ଦେଖି ମୋଦି କହିଥିଲେ ସେ ୧୨୫ କୋଟି ଭାରତୀୟଙ୍କ ପାଇଁ ବଞ୍ଚିଛନ୍ତି। ୭୦ ବର୍ଷ ହେଲା ଯେଉଁ ଅନୁଚ୍ଛେଦ ୩୭୦କୁ କଂଗ୍ରେସ ଡରୁଥିଲା ତାକୁ ଭାଜପା ୭୦ ଦିନରେ ଉଚ୍ଛେଦ କରି ଦେଖାଇଲା। କାରଣ କଂଗ୍ରେସ ଆତଙ୍କବାଦୀଙ୍କୁ ଡରୁଥିଲା। ଭାରତୀୟ ସେନାର ଶକ୍ତି ବୃଦ୍ଧି କରିଥିବା ରାଫାଲ କଥା ମଧ୍ୟ ଉଠାଇଥିଲେ ମୋଦି।

Share