Categories: ଖେଳ

୪୪ ମ୍ୟାଚ୍‌ ପରେ ଭାଙ୍ଗିଲା ଲିଭରପୁଲର ଅପରାଜେୟ ଧାରା

ଲଣ୍ଡନ,୦୧ା୩- ଚଳିତ ସିଜନରେ କ୍ରମାଗତ ପ୍ରିମିୟର ଲିଗ୍‌ରେ ୪୪ ମ୍ୟାଚ୍‌ ପରେ ଲିଭରପୁଲର ଅପରାଜେୟ ଧାରା ଭଙ୍ଗ ହୋଇଛି। ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଓ୍ବାଟଫର୍ଡ ୩-୦ ଗୋଲରେ ୟୁରୋପିଆନ ଚାମ୍ପିୟନ ଲିଭରପୁଲକୁ ହରାଇ ଦେଇଛି। ଇସମାଇଲ ସାର ବିଜୟୀ ଦଳ ପାଇଁ ଡବଲ ଗୋଲ ଦେଇଥିବାବେଳେ ଅଧିନାୟକ ଟ୍ରୋଇ ଡିନେ ତୃତୀୟ ଗୋଲ ସ୍କୋର କରିଥିଲେ। ଏହି ପରାଜୟ ଯୋଗୁ ଲିଭରପୁଲ ଦଳର ଆଶା ଧୂଳିଶାତ ହୋଇଛି। ଦଳ ଆର୍ସେନଲର ୪୯ ମ୍ୟାଚ୍‌ର ଅପରାଜେୟ ଧାରା ଭାଙ୍ଗିବାକୁ ଲକ୍ଷ୍ୟ ରଖିଥିଲା। ଆର୍ସେନଲ ୨୦୦୩ ମେ’ରୁ ୨୦୦୪ ଅକ୍ଟୋବର ପର୍ଯ୍ୟନ୍ତ ଲିଗ୍‌ରେ ଅପରାଜେୟ ହୋଇ ରହିଥିଲା। ପରାଜୟ ସତ୍ତ୍ୱେ ପଏଣ୍ଟ ଟେବଲ ଶୀର୍ଷରେ ଥିବା ଲିଭରପୁଲ ଦ୍ୱିତୀୟ ସ୍ଥାନରେ ଥିବା ମାଞ୍ଚେଷ୍ଟର ସିଟିଠାରୁ ୨୨ ପଏଣ୍ଟ ଆଗରେ ଅଛି। ଏହି ମ୍ୟାଚ୍‌ ପୂର୍ବରୁ ଲିଭରପୁଲ କେବଳ ଦୁଇ ପଏଣ୍ଟ ହାତଛଡ଼ା କରିଥିଲା। ଦଳ ଆଗକୁ ଆହୁରି ୧୧ ଲିଗ୍‌ ମ୍ୟାଚ୍‌ ଖେଳିବ। ଏଥିରୁ ୪ ବିଜୟ ହାସଲ କଲେ ଦଳ ୧୯ଥର ପାଇଁ ଚାମ୍ପିୟନ ହେବ।

Share