୪,୫୦୦ ଟଙ୍କାରେ ଘରୋଇ ଲ୍ୟାବ୍‌ରେ କରୋନା ଟେଷ୍ଟ୍‌: କେନ୍ଦ୍ର ସରକାରଙ୍କ ତାଗିଦ୍‌

ନୂଆଦିଲ୍ଲୀ,୨୨।୩: ଘରୋଇ ଲ୍ୟାବ୍‌ରେ କରୋନା ଟେଷ୍ଟ୍‌ କରିବା ପ୍ରକ୍ରିୟା ରବିବାରଠାରୁ ଆରମ୍ଭ ହୋଇଛି। ତେବେ ଏହି ଟେଷ୍ଟ୍‌ ପାଇଁ ୪,୫୦୦ଟଙ୍କାରୁ ଅଧିକ ନ ନେବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। କେନ୍ଦ୍ରୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ ଶନିବାର ବିଳମ୍ବିତ ରାତ୍ରରେ ଅଧିସୂଚନା ଜାରି ହୋଇଛି। ସ୍କ୍ରିନିଂ ଲାଗି ୧,୫୦୦ ଟଙ୍କା ଏବଂ ଏହା ପରବର୍ତ୍ତୀ ପରୀକ୍ଷା ପାଇଁ ୩,୦୦୦ଟଙ୍କା ନେବାକୁ ଘରୋଇ ଲ୍ୟାବ୍‌ଗୁଡ଼ିକୁ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏହାର ଉଲ୍ଲଂଘନ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତାଗିଦ୍‌ କରାଯାଇଛି।

Share