୪୫,୯୬୫ ଅଯୋଗ୍ୟ ହିତାଧିକାରୀ ପାଇଛନ୍ତି କାଳିଆ ଟଙ୍କା: ମନ୍ତ୍ରୀ

ଭୁବନେଶ୍ୱର,୧୩।୧୧(ବ୍ୟୁରୋ): ରାଜ୍ୟ ସରକାରଙ୍କ କାଳିଆ ଯୋଜନାର ପ୍ରଥମ କିସ୍ତିରେ ୫୧ ଲକ୍ଷ ୫ ହଜାର ୨ଶହ ୯୦ଜଣ ଚାଷୀଙ୍କୁ ଟଙ୍କା ମିଳିଛି। ତେବେ ହିତାଧିକାରୀଙ୍କ ମଧ୍ୟରୁ ୪୫,୯୬୫ଜଣ ଅଯୋଗ୍ୟ ବୋଲି ବୁଧବାର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ସମୟରେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଅରୁଣ ସାହୁ ଏହି ସୂଚନା ଦେଇଛନ୍ତି। ତେବେ ଅଯୋଗ୍ୟ ହିତାଧିକାରୀଙ୍କଠାରୁ ଟଙ୍କା ଫେରସ୍ତ ପାଇଁ ପଦକ୍ଷେପ ନିଆଯାଉଥିବା ସେ କହିଛନ୍ତି।

Share