୪୫ ବର୍ଷରେ ଅକ୍ଷୟ ଖାନ୍ନା: ଚାହୁଁଥିଲେ କରିଶ୍ମା କପୁରଙ୍କୁ ବିବାହ କରିବାକୁ;ବାଧା ଦେଇଥିଲେ ବବିତା

ମୁମ୍ବାଇ: ବଲିଉଡ୍‌ର ରୋମାଣ୍ଟିକ୍‌ ଅଭିନେତା ଅକ୍ଷୟ ଖାନ୍ନା ଶନିବାର ୪୫ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୫ ମାର୍ଚ୍ଚ ୨୮ରେ ସେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ପିତା ବିନୋଦ ଖାନ୍ନା ବଲିଉଡ୍‌ରେ ଥିବାରୁ ଅକ୍ଷୟଙ୍କର ମଧ୍ୟ ଫିଲ୍ମରେ ଅଭିନୟ କରିବାକୁ ଆଗ୍ରହଥିଲା। ୧୯୯୭ରେ ସେ ହିମାଳୟ ପୁତ୍ର ଫିଲ୍‌ରେ ଅଭିନୟ କରି ବଲିଉଡ୍‌ରେ ଏଣ୍ଟ୍ରି କରିଥିଲେ। ଏହାପରେ ତାଙ୍କର ବର୍ଡର ଫିଲ୍ମ ମଧ୍ୟ ଆସିଥିଲା। ଅଭିନେତା ରଣଧୀର କପୁରଙ୍କ ପୁତ୍ରୀ କରିଶ୍ମା କପୁରଙ୍କ ସହିତ ଅକ୍ଷୟଙ୍କର ବିବାହ କରିବା ପାଇଁ ଯୋଜନା ହୋଇଥିଲା। ଏନେଇ ରଣଧୀର ଏବଂ ବିନୋଦ ଖାନ୍ନା ସାକ୍ଷାତ୍‌ ହୋଇ ଆଲୋଚନା କରିଥିଲେ। ତେବେ ଏଥିରେ କରିଶ୍ମାଙ୍କ ମାତା ବବିତା ବାଧା ଦେଇଥିଲେ। ବିବାହ ଅପେକ୍ଷା କରିଶ୍ମାଙ୍କ କ୍ୟାରିଅରକୁ ସେ ଅଧିକ ଗୁରୁତ୍ୱ ଦେଇଥିଲେ॥ ଫଳରେ ବିବାହ ଭାଙ୍ଗି ଯାଇଥିଲା। ପରବର୍ତ୍ତୀ ସମୟରେ କରିଶ୍ମା ଅନ୍ୟତ୍ର ବିବାହ କରିଥିଲେ ଏବଂ ତାଙ୍କର ଛାଡ଼ପତ୍ର ହୋଇଯାଇଥିଲା। ଅକ୍ଷୟ ଏପର୍ଯ୍ୟନ୍ତ ବିବାହ ନ କରି ଏକା ଏକା ରହିଛନ୍ତି।

Share