ମୁମ୍ବାଇ: ବଲିଉଡ୍ର ଡିମ୍ପଲ ଗର୍ଲ ପ୍ରୀତି ଜିଣ୍ଟା ଶୁକ୍ରବାର ୪୫ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୭୫ ଜାନୁୟାରୀ ୩୧ରେ ଶିମଲାଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ପ୍ରୀତମ୍ ସିଂ ଜିଣ୍ଟା। ତାଙ୍କୁ ୧୩ ବର୍ଷ ହୋଇଥିବାବେଳେ ପିତା ଦୁର୍ଗାନନ୍ଦ ଜିଣ୍ଟାଙ୍କର ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ସେ ଭାରତୀୟ ସେନାରେ ଅଫିସର ଥିଲେ। ଏହାପରେ ବିଦେଶରେ ପାଠପଢ଼ାପରେ ପ୍ରୀତି ବଲିଉଡ୍ରେ ଫିଲ୍ମ ‘ଦିଲ୍ ସେ’ରେ ଡେବ୍ୟୁ କରିଥିଲେ। ଫିଲ୍ମଟି ବକ୍ସ ଅଫିସରେ ସଫଳ ରହିଥିଲା। ୨୦୦୪ରେ ପ୍ରୀତି ୨ ଥର ନିଶ୍ଚିତ ମୃତ୍ୟୁ ମୁହଁରୁ ରକ୍ଷା ପାଇଥିଲେ। କଲୋମ୍ବୋରେ ଏକ କନସର୍ଟରେ ସେ ଯୋଗଦେଇଥିଲେ। ଏଠାରେ ବିସ୍ଫୋରଣ ହେବାରୁ ପେଣ୍ଡାଲ ଉଡିଯାଇଥିଲା। ତେବେ ପ୍ରୀତି ଅଳ୍ପକେ ରକ୍ଷା ପାଇଥିଲେ। ଏହାପରେ ସେ ଥାଇଲାଣ୍ଡରେ ଛୁଟି କଟାଉଥିବାବେଳେ ସେଠାରେ ସୁନାମୀ ଆସିଥିଲା। କିନ୍ତୁ ସେ ରକ୍ଷା ପାଇଥିଲେ। ପ୍ରୀତିଙ୍କ ଜୀବନ ଭଳି ତାଙ୍କ ଲଭ୍ ଲାଇଫ୍ ମଧ୍ୟ ରୋମାଞ୍ଚଭରା। ପ୍ରୀତିଙ୍କ ଲଭ୍ ଲାଇଫ୍ ଆମେରିକାରେ ଶେଷ ହୋଇଥିଲା। ଆମେରିକା ବ୍ୟବସାୟୀ ଜିନ୍ ଗୁଣ୍ଡଫ୍ଙ୍କୁ ସେ ୨୦୧୬ରେ ବିବାହ କରିଥିଲେ। ତାଙ୍କଦ୍ୱାରା ଅଭିନୀତ ସୋଲଜର୍, ସଂଘର୍ଷ, ମିଶନ କଶ୍ମୀର ଆଦି ଫିଲ୍ମ ବକ୍ସ୍ ଅଫିସରେ ବେଶ୍ ସଫଳ ରହିଥିଲା।