୪୫ ବର୍ଷରେ ମୋନିକା: ଡନ୍‌ ଆବୁ ସାଲେମ୍‌ଙ୍କ ସହ ଥିଲା ସମ୍ପର୍କ; ଜେଲରେ ଜେଲରଙ୍କୁ ବି କରିଥିଲେ ଦିଓ୍ବାନା

ମୁମ୍ବାଇ: ବଲିଉଡ୍‌ ଷ୍ଟାର ମୋନିକା ବେଦୀ ଶନିବାର ୪୫ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୭୫ ଜାନୁୟାରୀ ୧୮ରେ ପଞ୍ଜାବ ହୋସିଆରପୁର ଜିଲା ଛେବଓ୍ବାଲଠାରେ ଜନ୍ମଗ୍ରହଣ କରିଥିଲେ। ବଲିଉଡ୍‌ରେ ପାଦ ଦେବା ସହିତ ଅଣ୍ଡରଓ୍ବାଲ୍ଡ୍‌ ଡନ୍‌ ଆବୁ ସାଲେମ୍‌ଙ୍କ ତାଙ୍କର ନିବିଡ଼ତା ବଢ଼ିବାରେ ଲାଗିଥିଲା। ଆବୁ ସାଲେମ୍‌ଙ୍କ ସହିତ ସମ୍ପର୍କ ନେଇ ସେ ଜେଲ୍‌ ଯାଇଥିଲେ। ନକଲି ପାସପୋର୍ଟ ମାମଲାରେ ଭୋପାଳ ପୋଲିସ ତାଙ୍କୁ ଗିରଫ କରିଥିଲା। ତେବେ ଜେଲ୍‌ରେ ସମସ୍ତେ ଥିଲେ ତାଙ୍କର ଦିଓ୍ବାନା। ତାଙ୍କ ପାଇଁ ସ୍ପେଶାଲ ଷ୍ଟାର ହୋଟେଲରୁ ଖାଦ୍ୟ ମଗାଯାଉଥିଲା। ସେହିପରି ମୋନିକାଙ୍କ ବାର୍ଥରୁମ୍‌ରେ ସିସିଟିଭି କ୍ୟାମେରା ଲଗାଯିବା ଅଭିଯୋଗ ମଧ୍ୟ ହୋଇଥିଲା। ତତ୍‌କାଳୀନ ଜେଲର ପୁରୁଷୋତ୍ତମ ସୋମକୁମ୍ବର ଏପରି କରି ମୋନିକାଙ୍କ ଅଶ୍ଳୀଳ ଭିଡ଼ିଓ ପ୍ରସ୍ତୁତ କରିବାର ପ୍ରୟାସ କରୁଥିବା ଅଭିଯୋଗ ହୋଇଥିଲା।

Share