୪୬୦ ଫୁଟ୍‌ ବ୍ରିଜ୍‌ ଭୁଶୁଡ଼ିଲା: ୬ ମୃତ

ତାଇପେଇ, ୩ା୧୦: ତାଇଓ୍ବାନ୍‌ରେ ବୁଧବାର ଏକ ବ୍ରିଜ୍‌ ଭୁଶୁଡ଼ି ପଡ଼ିବାରୁ ୬ ଜଣଙ୍କ ମୃତ୍ୟୁ ଘଟିଛି। ୩ଟି ବୋଟ ଏହାଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବାବେଳେ ପ୍ରାଣ ହରାଇଥିବା ବ୍ୟକ୍ତିମାନେ ଇଣ୍ଡୋନେସିଆ ଓ ଫିଲିପାଇନ୍ସର ମତ୍ସ୍ୟଜୀବୀ ବୋଲି ଜଣାପଡ଼ିଛି। ପ୍ରାୟ ୧୪ଜଣ ଆହତ ହୋଇଥିବା ଖବର ମିଳିଛି। ବ୍ରିଜ୍‌ ଭୁଶୁଡ଼ିବା ପରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ବୋଲି ପରିବହନ ମନ୍ତ୍ରୀ ଲିନ୍‌ ଚିଆ-ଲୁଙ୍ଗ୍‌ ପ୍ରକାଶ କରିଛନ୍ତି। ଫିଲିପାଇନ୍ସ ଶ୍ରମମନ୍ତ୍ରୀ କହିଛନ୍ତି ଯେ, ଦେଶର ୨ ନାଗରିକ ଏଥିରେ ପ୍ରାଣ ହରାଇଥିବାବେଳେ ଜଣେ ନିଖୋଜ ଅଛନ୍ତି। ୧୪୦ ମିଟର(୪୬୦ ଫୁଟ)ର ଏହି ବ୍ରିଜ୍‌ ଭୁଶୁଡ଼ିବାର ଦୃଶ୍ୟ ସିସିଟିଭି ଫୁଟେଜ୍‌ରେ କଏଦ୍‌ ହୋଇଛି।

Share