୪୬୫ ବର୍ଷ ପୂର୍ବରୁ ନୋତ୍ରାଦମସ କରିଥିଲେ କରୋନାଭାଇରସର ଭବିଷ୍ୟବାଣୀ!

ନୂଆଦିଲ୍ଲୀ,୧୧।୨: କରୋନାଭାଇରସ ଏବେ ବିଶ୍ୱବାସୀଙ୍କ ଚିନ୍ତା ବଢାଇ ଦେଇଛି। ଚାଇନାରୁ ଆରମ୍ଭ ହୋଇଥିବା ଏହି କରୋନାଭାଇରସର ସଂକ୍ରମଣ ଏବେ ସାରା ବିଶ୍ୱକୁ ବ୍ୟାପିବାରେ ଲାଗିଛି। ଏହାର ଆରୋଗ୍ୟକୁ ନେଇ ଏପର୍ଯ୍ୟନ୍ତ କୌଣସି ଔଷଧ ପ୍ରସ୍ତୁତ ନ ହୋଇଥିବା ବେଳେ ଏହାର ଭୟାବହତା ଏବେ ସମସ୍ତଙ୍କୁ ଏକ ପ୍ରକାର ଡରାଇ ଦେଇଛି। କରୋନାଭାଇରସ ସଂକ୍ରମଣରେ ଚାଇନାରେ ସରକାରୀ ଭାବେ ୧୦୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ ହଜାରରୁ ଊର୍ଦ୍ଧ୍ୱ ଏଥିରେ ସଂକ୍ରମିତ ହୋଇଛନ୍ତି। ଏବେ ଏହାକୁ ଦେଖି କିଏ କେତେ କଥା କହୁଛନ୍ତି। କରୋନାଭାଇରସ ସମ୍ପର୍କରେ ଫ୍ରାନ୍ସରେ ଜନ୍ମ ନେଇଥିବା ନୋତ୍ରାଦମସଙ୍କ ଭବିଷ୍ୟବାଣୀକୁ ନେଇ ଆଲୋଚନା ଆରମ୍ଭ ହୋଇଯାଇଛି। ମାଇକ୍ରୋବ୍ଲଗିଙ୍ଗ ସାଇଟ୍‌ରେ କେତେଜଣ ୟୁଜର୍ସ ଦାବି କରିଛନ୍ତି କି ୪୬୫ ବର୍ଷ ପୂର୍ବରୁ ନୋତ୍ରାଦମସ କରୋନାଭାଇରସ ସମ୍ପର୍କରେ ଭବିଷ୍ୟବାଣୀ କରିଥିଲେ। ଟୁଇଟରରେ ଜଣେ ୟୁଜର ମାର୍କୋ ମଲାକାରା କହିଛନ୍ତି, ବିଶ୍ୱବ୍ୟାପି ବନ୍ୟା, ଅଗ୍ନିକାଣ୍ଡ ଓ କରୋନାଭାଇରସର ଭବିଷ୍ୟବାଣୀ ୪୬୫ ବର୍ଷ ପୂର୍ବରୁ ନୋତ୍ରାଦମସ କରିଥିଲେ। ଆଉ ଜଣେ ୟୁଜର ସ୍ପେନ ଭାଷାରେ ଲେଖିଛନ୍ତି, ୨୧ଶ ଦଶକରେ ଆସିବାକୁ ଥିବା ମାହାମାରୀ ଏବେ ପୃଥିବୀରେ ପାଦ ରଖି ସାରିଛି, ଯାହା ୪୬୫ ବର୍ଷ ପୂର୍ବରୁ ନୋତ୍ରାଦମସ କରିଥିଲେ। ଆହୁରି ଅନେକ ଥିଓରିଷ୍ଟସ ମଧ୍ୟ କହିଛନ୍ତି ନୋତ୍ରାଦମସ ୧୫ଶ ଶଦାବ୍ଦୀରେ ନିଜ ଭବିଷ୍ୟବାଣୀରେ ଏକ ଭୟଙ୍କର ମାହାମାରୀ ବ୍ୟାପିବାର ଆଶଙ୍କା କରିଥିଲେ। ସୂଚନାଯୋଗ୍ୟ, ଏହା ପୂର୍ବରୁ ନୋତ୍ରାଦମସଙ୍କର ଅନେକ ଭବିଷ୍ୟବାଣୀ ସତ ହୋଇଛି ବୋଲି କୁହାଯାଏ।

Share