୪୬ ବର୍ଷରେ ପାଦ ଥାପିଲେ ଐଶ୍ଚର୍ଯ୍ୟା ରାୟ ବଚ୍ଚନ

ବଲିଉଡର ନୀଳନୟନା ଐଶ୍ଚର୍ଯ୍ୟା ରାୟ ବଚ୍ଚନ ଆଜି ୪୬ତମ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ବିଭିନ୍ନ ମହଲରୁ ଫ୍ୟାନ୍ସମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ୧୯୭୩ ନଭେମ୍ବର ୧ ତାରିଖରେ କର୍ଣ୍ଣାଟକର ମାଙ୍ଗାଲୋରରେ ହୋଇଥିଲା । ପିଲାଟି ଦିନୁ ଜଣେ ମେଧାବୀ ଛାତ୍ର ରହିବା ସହିତ ଆକ୍ରିଟେକ୍ଚର୍‌ ହେବାର ଇଚ୍ଛା ମଧ୍ୟ ରଖିଥିଲେ ଐଶ୍ୱର୍ଯ୍ୟା। କିନ୍ତୁ ମଡେଲିଂ ଜଗତକୁ ଆସିବା ପରେ ପାଠ ପଢା ଅଧାରେ ଛାଡିଥିଲେ। ୧୯୯୪ରେ ବିଶ୍ୱ ସୁନ୍ଦରୀ ମୁକୁଟ ବିଜୟୀ ହୋଇଥିଲେ ସେ। ୧୯୯୭ ଫିଲ୍ମମେକର୍‌ ମଣିରତ୍ନମ ତାଙ୍କୁ ତାମିଲ ଫିଲ୍ମ ‘ଇରୁଭର’ରେ ପ୍ରଥମେ ଅଭିନୟର ସୁଯୋଗ ଦେଇଥିଲେ। ସେହିବର୍ଷ ଐଶ୍ୱର୍ଯ୍ୟା ଚଳଚ୍ଚିତ୍ର ଔର୍‌ ପ୍ୟାର୍‌ ହୋ ଗୟା ଜରି ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀରେ ପାଦ ଦେଇଥିଲେ। ଐଶ୍ୱର୍ଯ୍ୟା ୨୦୦୭ ମସିହାରେ ଅଭିଷେକ ବଚ୍ଚନଙ୍କୁ ନିଜ ଜୀବନସାଥି ଭାବେ ବାଛିଥିଲେ।

Share