୪୬ ବର୍ଷରେ ପାଦ ଥାପିଲେ ‘ରଙ୍ଗିଲା ଗର୍ଲ’: ନିଜଠାରୁ ୧୦ ବର୍ଷ ବୟସ ସାନ ଯୁବକଙ୍କୁ ଲୁଚାଛପାରେ କରିଥିଲେ ବିବାହ

ମୁମ୍ବାଇ: ବଲିଉଡ୍‌ର ‘ରଙ୍ଗିଲା ଗର୍ଲ’ ଭାବେ ପରିଚିତି ହାସଲ କରିଥିବା ଉର୍ମିଳା ମାତୋଣ୍ଡକର ମଙ୍ଗଳବାର ୪୬ ବର୍ଷରେ ପାଦ ଥାପିଛନ୍ତିି। ସେ ୧୯୭୪ ଜାନୁୟାରୀ ୪ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ମା ରୁକ୍‌ଶାନା ସୁଲତାନା ଜଣେ ମୁସଲମାନ୍‌ ଥିବାବେଳେ ପିତା ଶିବିନ୍ଦର ସିଂ ଜଣ ପଞ୍ଜାବୀ ହିନ୍ଦୁ। ୧୯୮୩ରେ ଉର୍ମିଳା ଶିଶୁ କଳାକାର ଭାବେ ମାସୁମ୍‌ ଫିଲ୍ମରେ ଅଭିନୟ କରିଥିଲେ। ପରେ ୧୯୯୨ରେ ରାମଗୋପାଳ ବର୍ମାଙ୍କ ଫିଲ୍ମ ରଙ୍ଗିଲାରେ ଉର୍ମିଳାଙ୍କୁ ମିଳିଥିଲା ଷ୍ଟାର ଡମ୍‌। ରାମଗୋପାଳଙ୍କ ସହିତ ଉର୍ମିଳାଙ୍କ ପ୍ରେମ ସମ୍ପର୍କ ନେଇ ଚର୍ଚ୍ଚା ହୋଇଥିଲା। ଏହାଯୋଗୁ ଉର୍ମିଳାଙ୍କ କ୍ୟାରିୟର ବରବାଦ୍‌ ହୋଇଥିବା କେତେକ କୁହନ୍ତି। ନିଜଠାରୁ ୧୦ ବର୍ଷ ବୟସ ସାନ କଶ୍ମୀର ବିଜନେସ୍‌ ମ୍ୟାନ୍‌ ମୋହସିନ୍‌ ଅଖତର ମୀର୍‌ଙ୍କୁ ଲୁଚାଛପାରେ ୨୦୧୬ରେ ବିବାହ କରିଥିଲେ।

Share