ମୁମ୍ବାଇ, ୧୨।୩: ମହାରାଷ୍ଟ୍ରର ଜଣେ ଆନିମେଶନ ଆର୍ଟିଷ୍ଟ ୪୬,୦୮୦ ହଜାର ପ୍ଲାଷ୍ଟିକ୍ ଟୁକୁଡ଼ାରୁ ଛତ୍ରପତି ଶିବାଜୀ ମହାରାଜଙ୍କ ପେଣ୍ଟିଂ ତିଆରି କରିଛନ୍ତି। ଏଥିରେ ୬ ପ୍ରକାର ରଙ୍ଗ ଦିଆଯାଇଛି। ୧୦ ଦିନରେ ଆର୍ଟିଷ୍ଟ ନୀତୀନ ଦିନେଶ କାମ୍ବଲେ ୧୦ ଫୁଟ ଲମ୍ବ ଏବଂ ୬ ଫୁଟ ଚୌଡ଼ା ଏହି ପେଣ୍ଟିଂ କରି ରେକର୍ଡ କରିଛନ୍ତି। ଭାରତରେ ସିଙ୍ଗଲ ୟୁଜଡ୍ ପ୍ଲାଷ୍ଟିକ୍ର ବ୍ୟବହାର ଉପରେ କଟକଣା ଜାରି ହୋଇଥିବାବେଳେ ଏଭଳି କରି ଦିନେଶ ସମାଜକୁ ସଚେତନତା ବାର୍ତ୍ତା ଦେଇଥିବା କହିଛନ୍ତି। ଯୁବବର୍ଗ ପରିବେଶ ସଚେତନତା ପାଇଁ ଏଭଳି କାର୍ଯ୍ୟ ପ୍ରତି ଆଗ୍ରହ ପ୍ରକାଶ କରିବା ଉପରେ ସେ ଗୁରୁତ୍ୱାରୋପ ମଧ୍ୟ କରିଛନ୍ତି।