୪୭ବର୍ଷରେ ପାଦ ଥାପିଲେ ବଲିଉଡ୍‌ ବିୟୁଟି

ମୁମ୍ବାଇ: ବଲିଉଡ ବିୟୁଟି ରବିନା ଟଣ୍ଡନ ମଙ୍ଗଳବାର ୪୭ବର୍ଷରେ ପହଞ୍ଚିଛନ୍ତି। ତଙ୍କେ ଜନ୍ମ ଦିନରେ ଅନେକ ଅଭିନେତା ଶୁଭେଚ୍ଛା ଜଣାଇଛନ୍ତି। ଅଭିନେତ୍ରୀ ଏଥର ଜନ୍ମଦିନକୁ ପରିବାର ସହ ପାଳନ କରିଛନ୍ତି। ସେ ୱେବ୍‌ ସିରିଜ୍‌ର ଶୁଟିଂ ପାଇଁ ହିମାଚଳ ପ୍ରଦେଶର ଡାଲହୋଇରେ ରହିଛନ୍ତି। ସ୍ବାମୀ ଅନିଲ ଥାଡ଼ାନି ମୁମ୍ବାଇରୁ ପାଖାପାଖି ୧୯,୩୮୧କିଲୋମିଟର ଯାତ୍ରା କରି ରବିନାଙ୍କୁ ସରପ୍ରାଇଜ୍‌ ଦେଇଛନ୍ତି। ଅଭିନେତ୍ରୀ ସୋସିଆଲ ମିଡିଆରେ ସ୍ବାମୀଙ୍କ ସହ ଏକ ବୁମରାଙ୍ଗ ଭିଡିଓ ଅପଲୋଡ୍‌ କରିବା ସହ ଏଭଳି ଏକ ଉପହାର ପାଇଁ ବହୁତ ଖୁସି ଥିବା ଜଣାଇଛନ୍ତି। ଦୁହେଁ ଅନେକ ବନ୍ଧୁଙ୍କ ସହ ରାତ୍ରି ଭୋଜନ କରିଛନ୍ତି। ରବିନା ତାଙ୍କ ବନ୍ଧୁ ରିମା ପଣ୍ଡିତ୍‌ଙ୍କୁ ଏଭଳି ଏକ ସୁନ୍ଦର ବ୍ୟବସ୍ଥା ପାଇଁ ଧନ୍ୟବାଦ ଜଣାଇବା ସହ ଅନ୍ୟ ବନ୍ଧୁ ମାନଙ୍କୁ ମିସ୍‌ କରୁଥିବା ପୋଷ୍ଟରେ ଲେଖିଛନ୍ତି। ସେ ଡାଲହୋଇରେ ସମସ୍ତ ସତର୍କତା ସହ କୋଭିଡ ନିୟମ ପାଳନ କରି ଶୁଟିଂ ପାଇଁ ଅପେକ୍ଷା କରିଥିବା ଜଣାଇଛନ୍ତି।
ସୋସିଆଲ ମିଡିଆରେ ଶିଳ୍ପା ସେଟ୍ଟୀ, ଜୁଇ ଚାୱାଲା, ମନିଷ ମାଲହୋତ୍ରା ଓ ଅନ୍ୟନ୍ୟ ପ୍ରମୁଖ କଳାକାରମାନେ ଶୁଭେଚ୍ଛା ଜଣାଇଛନ୍ତି। ଜୁଇ ରବିନାଙ୍କ ସହ ପୁରୁଣା ଫଟୋକୁ ଶେୟାର କରି ସୁନ୍ଦରୀ ଅଭିନେତ୍ରୀ ତାଙ୍କୁ ‘ଜୁ’ ଡାକୁଥିବା ପୋଷ୍ଟରେ ଲେଖିଛନ୍ତି। ସେହିପରି ଶିଳ୍ପା ‘ହାପି ବାର୍ଥ ଡେ ଡାର୍ଲିଙ୍ଗ’ ଲେଖି ଏହି ସ୍ବତନ୍ତ୍ର ଦିନ ପାଇଁ ଢ଼େରସାରା ଭଲପାଇବା ଦେଇଛନ୍ତି।

Share