Categories: ଫୁରସତ

୪୭୨ ବର୍ଷ ପୁରୁଣା ଜେଲ୍‌ରେ ଏବେ ଅଛନ୍ତି ଜଣେ କଏଦୀ…

ଜେଲ୍‌ରେ ପୁଣି ଜଣେ ମାତ୍ର କଏଦୀ ଥିବା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିଥାଏ। ତେବେ ଏହା ସତ୍ୟ ଡାମନ-ଡିୟୁରେ ଥିବା ୪୨୭ ବର୍ଷ ପୁରୁଣା ଦୁର୍ଗରେ ରହିଛି ଏକ ଜେଲ୍‌। ଏଠାରେ ଜଣେ ମାତ୍ର କଏଦୀ ରହିଛନ୍ତି। ଆରବ ସାଗର ମଝିରେ ଥିବା ଏହି ଜେଲ୍‌ରେ ୨୦୧୩ରେ ୭ ଜଣ କଏଦୀ ଥିଲେ। ସେମାନଙ୍କ ମଧ୍ୟରୁ ୨ ମହିଳା ଏବଂ ୫ ପୁରୁଷ ଥିଲେ। ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଅମରେଲୀ ଜେଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ଏହା ସହିତ ୨ ଜଣଙ୍କୁ ମୁକ୍ତ କରାଯାଇଥିଲା। ଏବେ ଜେଲ୍‌ରେ ଜଣେ ମାତ୍ର କଏଦୀ ରହିଯାଇଛନ୍ତି। ତାଙ୍କ ପାଇଁ ସ୍ଥାନୀୟ ରେଷ୍ଟୁରାଣ୍ଟ୍‌ରୁ ଖାଦ୍ୟ ଅଣାଯାଇଥାଏ। ଏଠାରେ ଥିବା କଏଦୀଙ୍କ ନାମ ହେଉଛି ଦୀପକ କଞ୍ଜି। ସ୍ତ୍ରୀଙ୍କୁ ଜହର ଦେଇ ମାରିଥିବା ଅଭିଯୋଗରେ ସେ ଜେଲ୍‌ରେ ଅଛନ୍ତି। ତାଙ୍କ ବିଚାର ଶେଷ ନ ହେବା ପର୍ଯ୍ୟନ୍ତ ସେ ଏଠାରେ ରହିବେ।

Share