୪୭ ଆତଙ୍କବାଦୀ ନିହତ

କାଏରୋ,୧୭।୫: ଇଜିପ୍ଟର ସିନାଇ ଅଞ୍ଚଳରେ ଆତଙ୍କବାଦୀ ସଙ୍ଗଠନ ଆଇଏସ୍‌ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାରୁ ୫୨ ଜଣଙ୍କ ପ୍ରାଣହାନି ଘଟିଛି। ୪୭ ଆତଙ୍କବାଦୀ ନିହତ ହୋଇଥିବାବେଳେ ୫ ସେନା କର୍ମୀ ପ୍ରାଣ ହରାଇଥିବା ଜଣାପଡ଼ିଛି। ଦକ୍ଷିଣ କେନ୍ଦ୍ରୀୟ ସିନାଇରେ ବିଭିନ୍ନ ପ୍ରକାର ବନ୍ଧୁକ, ବିସ୍ଫୋରକ ସାମଗ୍ରୀ ପାଖରେ ରଖି ଏହି ଆତଙ୍କବାଦୀମାନେ ହିଂସା ଘଟାଉଛନ୍ତି। ଇଜିପ୍ଟ ସୀମାରୁ ୧୫୮ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି। ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରି ଖଞ୍ଜାଯାଇଥିବା ୩୮୫ ବିସ୍ଫୋରକ ସାମଗ୍ରୀକୁ ନିଷ୍କ୍ରିୟ କରାଯାଇଛି।

Share
Tags: kairo