Categories: ଖେଳ

୪୭ ଟଙ୍କାରେ ଦେଖିପାରିବେ ଇଣ୍ଟରନ୍ୟାଶ୍‌ନାଲ କ୍ରିକେଟ ମ୍ୟାଚ୍‌

ଇସଲାମାବାଦ,୨୯।୧୧: ଦିନକୁ ଦିନ ପାକିସ୍ତାନର ଆର୍ଥିିକ ଅବସ୍ଥା ବିଗିଡିବାରେ ଲାଗିଛି। ଋଣ ବୋଝ ଯୋଗୁ ପାକିସ୍ତାନ ସରକାର ଏବେ ଚିନ୍ତାରେ ଅଛନ୍ତି। କେବଳ ପାକିସ୍ତାନ ସରକାର ନୁହେଁ, ଏହାର କ୍ରିକେଟ ବୋର୍ଡ ମଧ୍ୟ ଦେବାଳିଆ ହେବାରେ ଲାଗିଛି। ଶ୍ରୀଲଙ୍କା କ୍ରିକେଟରଙ୍କ ଉପରକୁ ଆତଙ୍କବାଦୀ ଆକ୍ରମଣ ପରେ କୌଣସି ଦେଶ ପାକିସ୍ତାନରେ କ୍ରିକେଟ ଖେଳିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି। ୧୦ ବର୍ଷ ପରେ ଶ୍ରୀଲଙ୍କା କ୍ରିକେଟ ଦଳ ପାକିସ୍ତାନ ଗସ୍ତରେ ଯାଇଥିଲା। ଏବେ ସେଠାରେ ଟେଷ୍ଟ ମ୍ୟାଚ୍‌ ଖେଳାଯିବ। ଷ୍ଟାଡିୟମରେ ଅଧିକ ଦର୍ଶକ ହେବା ଲକ୍ଷ୍ୟରେ ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ଟିକେଟ ଦାମ ହ୍ରାସ କରିଛି। ଶ୍ରୀଲଙ୍କା ଏବଂ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟେଷ୍ଟ ମ୍ୟାଚ୍‌ରେ ସର୍ବନିମ୍ନ ଟିକେଟ ମୂଲ୍ୟ ୪୭ ଟଙ୍କା ରଖାଯାଇଛି। ଏହି ମ୍ୟାଚ୍‌ ପାଇଁ ସର୍ବାଧିକ ଟିକେଟ ମୂଲ୍ୟ ୪୦୦/୫୦୦ ରହିଛି।

Share