୪୮ନଂ. ଓ୍ବାର୍ଡ ଭାଜପା କାର୍ଯ୍ୟାଳୟ ଉପରକୁ ବୋମାମାଡ଼

ଭୁବନେଶ୍ୱର,୧୮।୪(ବ୍ୟୁରୋ): ନୟାପଲ୍ଲୀ ଥାନା ଅଧୀନ ମଧ୍ୟ ଭୁବନେଶ୍ୱର ଡେଲଟା କଲୋନୀ ନିକଟ ୪୮ନଂ. ଓ୍ବାର୍ଡ ଭାଜପା କାର୍ଯ୍ୟାଳୟ ଉପରକୁ ବୁଧବାର ରାତିରେ ବୋମାମାଡ଼ ହୋଇଛି। ରାତି ପ୍ରାୟ ସାଢ଼େ ୯ଟାରେ କର୍ମୀମାନଙ୍କର ବୈଠକ ଚାଲିଥିବା ବେଳେ ବୁଲେଟ ଓ ପଲ୍‌ସରରେ ୪ଜଣ ଯୁବକ ଆସି ୩ ବୋମାମାଡ଼ କରି ଫେରାର ହୋଇଯାଇଥିଲେ। ହେଲେ ସୌଭାଗ୍ୟବଶତଃ କୌଣସି ବୋମା ଫୁଟି ନ ଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୋମାଗୁଡ଼ିକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଭୋଟରମାନଙ୍କୁ ପ୍ରଭାବିତ କରିବା ପାଇଁ ବିରୋଧୀମାନେ ଏପରି କରୁଥିବା କର୍ମୀମାନେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ସେମାନେ ଦାବି କରିଛନ୍ତି।

Share