୪୮ ଘଣ୍ଟାରେ ନିର୍ଦ୍ଧାରିତ ସ୍ଥାନରେ ରିପୋର୍ଟ କରିବେ ବଦଳି ସରକାରୀ କର୍ମଚାରୀ, ନଚେତ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୨୪।୩(ବ୍ୟୁରୋ): ମଙ୍ଗଳବାର ମଧ୍ୟରାତ୍ରରୁ ସାରା ଓଡ଼ିଶା ଲକ୍‌ଡାଉନ୍‌ କରିବାକୁ ଘୋଷଣା କରାଯାଇଛି। ୨୯ ମାର୍ଚ୍ଚ ରାତି ୧୨ ଯାଏ ସମସ୍ତ ଜିଲାରେ ଏହା ଜାରି ରହିବ। ଏହି ଅବସରରେ ରାଜ୍ୟ ପୋଲିସ, ବିଦ୍ୟୁତ୍‌ ବିଭାଗର ସମସ୍ତ କର୍ମଚାରୀମାନେ ନିରବିଚ୍ଛିନ୍ନ ଭାବେ କାମ କରିଚାଲିଛନ୍ତି। ସେମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧନ୍ୟବାଦ ଜଣାଇଛନ୍ତି। ସେହିଭଳି ଏହି ସମୟରେ ବଦଳି ନିର୍ଦ୍ଦେଶ ପାଇଥିବା ଯେକୌଣସି ସରକାରୀ କର୍ମଚାରୀ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ନିର୍ଦ୍ଧାରିତ ସ୍ଥାନରେ ରିପୋର୍ଟ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଯଦି ନ କରନ୍ତି ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଙ୍ଗଳବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ରାଜ୍ୟ ସରକାରଙ୍କ କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ ସୂଚନା ଦେଇ କହିଛନ୍ତି। ଓଡ଼ିଶା ସରକାର ରାଜ୍ୟରେ ସମସ୍ତ ନିର୍ମାଣ କାର୍ଯ୍ୟ ବନ୍ଦ କରିଛନ୍ତି। ଏବେ କେବଳ ସ୍ବାସ୍ଥ୍ୟ ସେବା ସମ୍ପୃକ୍ତ ନିର୍ମାଣ ଚାଲୁ ରହିବ। ସେହିଭଳି ପିଡିଏସ୍‌ ଓ ପେନସନକୁ ଘରେ ପହଞ୍ଚାଇବାକୁ ସରକାର ନିଷ୍ପତ୍ତି ନେଇଥିବା ସେ କହିଛନ୍ତି।

Share