୪୮ ଘଣ୍ଟା ଭଦ୍ରକ ସଟ୍‌ ଡାଉନ୍‌

ଭଦ୍ରକ ଅଫିସ,୩।୪ – ଭଦ୍ରକ ପୌରାଞ୍ଚଳ ତଥା ପାଖ ଗ୍ରାମାଞ୍ଚଳ ମାନଙ୍କରେ ଶୁକ୍ରବାର ରାତି ୮ରୁ ରବିବାର ରାତି ୮ ପର୍ଯ୍ୟନ୍ତ ୪୮ ଘଣ୍ଟା ପାଇଁ ପ୍ରଶାସନ ପକ୍ଷରୁ ସମ୍ପୂର୍ଣ ସଟ୍‌ ଡାଉନ୍‌ ଘୋଷଣା କରାଯାଇଛି। ଏହି ୪୮ ଘଣ୍ଟା ମଧ୍ୟରେ କେବଳ ସୀମିତ ଔଷଧ ଦୋକାନକୁ ବାଦ୍‌ ଦେଲେ ଅନ୍ୟ ସମସ୍ତ ଦୋକାନ ବନ୍ଦ ରହିବ ବୋଲି କୁହାଯାଇଛି। ଜିଲାପାଳ ଜ୍ଞାନ ରଞ୍ଜନ ଦାସ, ଏସ୍‌ପି ରାଜେଶ ପଣ୍ଡିତ, ଅତିରିକ୍ତ ଜିଲାପାଳ ଶ୍ୟାମ ଭକ୍ତ ମିଶ୍ର ଉପସ୍ଥିତ ରହି ଉପରୋକ୍ତ ସୂଚନା ଦେଇଛନ୍ତି।

Share