Categories: ଜାତୀୟ

୪୮ ତମ ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କଲେ ରମନା…

ନୂଆଦିଲ୍ଲୀ,୨୪।୪: ସୁପ୍ରିମ୍‌କୋର୍ଟର ୪୮ ତମ ପ୍ରଧାନ ବିଚାରପତି ଭାବେ ବିଚାରପତି ଏନ୍‌.ଭି. ରମନା ଶନିବାର ଶପଥ ଗ୍ରହଣ କରିଛନ୍ତିି। ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ଊତ୍ସବରେ ତାଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ସେ ବର୍ଷେ ୪ ମାସ ପାଇଁ ପ୍ରଧାନବିଚାରପତି ଭାବେ କାର୍ଯ୍ୟ କରି ୨୦୨୨ ଅଗଷ୍ଟ ୨୬ରେ ଅବସର ଗ୍ରହଣ କରିବେ। ରମନାଙ୍କ ପ୍ରକୃତ ନାମ ନାଥାଲାପତି ଭେଙ୍କଟା ରମନା। ସେ ୧୯୫୭ ଅଗଷ୍ଟ ୨୭ରେ ଆନ୍ଧ୍ରପ୍ରଦେଶର କ୍ରିଷ୍ଣା ଜିଲାର ପୋନ୍ନାଭରମ୍‌ ଗାଁରେ ଜନ୍ମଗ୍ରହଣ କରିଥିଲେ। ୧୯୮୩ ଫେବୃୟାରୀ ୧୦ରୁ ସେ ଜଣେ ଆଇନଜୀବୀ ଭାବେ କାମ ଆରମ୍ଭ କରିଥିଲେ। ସୂଚନାଯୋଗ୍ୟ, ଏପ୍ରିଲ୍‌ ୨୩ରେ ପୂର୍ବତନ ପ୍ରଧାନ ବିଚାରପତି ଏସ୍‌.ଏ. ବୋବ୍‌ଡେ ଅବସର ଗ୍ରହଣ କରିବା ପରେ ଶନିବାର ରମନା ଦାୟିତ୍ୱ ସମ୍ଭାଳିଛନ୍ତି। ଏସ୍‌.ଏ. ବୋବ୍‌ଡେ ମାର୍ଚ୍ଚ ୨୪ରେ ରମନାଙ୍କ ନାମ ପ୍ରଧାନ ବିଚାରପତି ଲାଗି ସୁପାରିଶ କରିଥିଲେ। ପରେ ଏହାକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ମିଳିଥିଲା।

Share