୪୮ ବର୍ଷରେ ନମ୍ରତା: ୪ ବର୍ଷ ଡେଟିଂ ପରେ ଧରି ଥିଲେ ମହେଶ ବାବୁଙ୍କ ହାତ

ମୁମ୍ବାଇ: ବଲିଉଡ୍‌ର ସୁନ୍ଦରୀ ଅଭିନେତ୍ରୀ ନମ୍ରତା ଶିରୋଦକର ବୁଧବାର ୪୮ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୨ ଜାନୁୟାରୀ ୨୨ରେ ସେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ୧୯୯୯ରେ ବଲିଉଡ୍‌ରେ ବାସ୍ତବ ଫିଲ୍ମରେ ତାଙ୍କୁ ମିଳିଥିଲା ପରିଚୟ। ସଞ୍ଜୟ ଦତ୍ତଙ୍କ ସହିତ ଏହି ଫିଲ୍ମରେ ସେ କରିଥିଲେ ସ୍କ୍ରିନ୍‌ ଶେୟାର। ଦକ୍ଷିଣ ଅଭିନେତା ମହେଶ ବାବୁଙ୍କ ସହିତ ୪ ବର୍ଷ ଡେଟିଂ କରିବା ପରେ ନମ୍ରତା ୨୦୦୫ରେ ପାଲଟିଥିଲେ ତାଙ୍କ ଜୀବନ ସାଥୀ। ଏବେ ସେ ଘରୋଇ ଜୀବନରେ ନିଜକୁ ବ୍ୟସ୍ତ ରଖିଥିବାବେଳେ ଛୋଟ ପରଦାରେ ମଧ୍ୟ ଅଭିନୟ କରୁଛନ୍ତି।

Share