Categories: ଖେଳ

୪୮ ବର୍ଷ ରେକର୍ଡ ଭାଙ୍ଗିଲା: ବିଶ୍ୱକପ ୨୦୨୩ରେ ଛକା-ଶତକ ବର୍ଷା

ନୂଆଦିଲ୍ଳୀ,୨୩।୧୧: ଦିନିକିଆ ବିଶ୍ୱକପ ୨୦୨୩ ବ୍ୟାଟ୍ସମ୍ୟାନଙ୍କ ପାଇଁ ସର୍ବଶ୍ରେଷ୍ଠ ଥିଲା। କାରଣ ଟୁର୍ନାମେଣ୍ଟର ଏହି ସଂସ୍କରଣରେ ସର୍ବାଧିକ ଛକା ଓ ଶତକ ଦେଖାଯାଇଥିଲା। ୧୯୭୫ରେ ଆରମ୍ଭ ହୋଇଥିବା ଏହି ଟୁର୍ନାମେଣ୍ଟର ୧୩ତମ ସଂସ୍କରଣ ଭାରତୀୟ ମାଟିରେ ଖେଳାଯାଇଥିଲା। ଏଥିରେ ଅଷ୍ଟ୍ରେଲିଆ ଚାମ୍ପିୟନ ହୋଇଥିଲା। ଯଦିଓ ଫାଇନାଲରେ ଭାରତର ପରାଜୟ ହୁଏତ ଲକ୍ଷ ଲକ୍ଷ ଭାରତୀୟ ପ୍ରଶଂସକଙ୍କ ହୃଦୟକୁ ଭାଙ୍ଗି ଦେଇଥାଇପାରେ, କିନ୍ତୁ ଟୁର୍ନାମେଣ୍ଟ ସମୟରେ ଛକା ଏବଂ ଶତକ ବର୍ଷା ମଧ୍ୟ ପ୍ରଶଂସକଙ୍କୁ ବହୁତ ମନୋରଞ୍ଜନ କରିଥିଲା।
ଭାରତ ଆୟୋଜିତ ହୋଇଥିବା ଦିନିକିଆ ବିଶ୍ୱକପ୍‌ରେ ସର୍ବାଧିକ ୬୪୪ ଛକା ଦେଖାଯାଇଥିଲା, ଯାହା ଟୁର୍ନାମେଣ୍ଟର ପୂର୍ବ ୧୨ ସଂସ୍କରଣ ଅପେକ୍ଷା ଅଧିକ। ଏହାପୂର୍ବରୁ ଇଂଲଣ୍ଡର ମାଟିରେ ଖେଳାଯାଇଥିବା ୨୦୧୯ ବିଶ୍ୱକପରେ ୪୬୩ ଛକା ଦେଖାଯାଇଥିଲା, ଯାହା ଏକ ରେକର୍ଡ ଥିଲା। କିନ୍ତୁ ଏଥର ବ୍ୟାଟ୍ସମ୍ୟାନନେ ୧୮୧ଟି ଅଧିକ ଛକା ମାରି ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। ୨୦୨୩ ଟୁର୍ନାମେଣ୍ଟରେ ରୋହିତ ଶର୍ମା ସର୍ବାଧିକ ୩୧ ଛକା ମାରିଥିଲେ।
ଏହା ବ୍ୟତୀତ ଟୁର୍ନାମେଣ୍ଟରେ ଶତକ ସଂଖ୍ୟା ମଧ୍ୟ ସର୍ବାଧିକ ଥିଲା। ବ୍ୟାଟ୍ସମ୍ୟାନ୍‌ମାନେ ଟୁର୍ନାମେଣ୍ଟରେ ମୋଟ ୪୦ ଶତକ ହାସଲ କରିଥିଲେ, ଯାହା ଟୁର୍ନାମେଣ୍ଟର ଶେଷ ୧୨ ସଂସ୍କରଣରେ ସର୍ବାଧିକ। ଏଥର ଦକ୍ଷିଣ ଆଫ୍ରିକାର ଓପନର୍‌ କ୍ୱିଣ୍ଟନ ଡି କକ ସର୍ବାଧିକ ୪ ଶତକ ହାସଲ କରିଥିଲେ। ବିରାଟ କୋହଲି ଭାରତ ପାଇଁ ସର୍ବାଧିକ ୩ ଶତକ ହାସଲ କରିଥିଲେ। ଏହା ବ୍ୟତୀତ ନ୍ୟୁଜିଲାଣ୍ଡର ଯୁବ ରାଚିନ ରବିନ୍ଦ୍ର ମଧ୍ୟ ୩ ଶତକ ହାସଲ କରିଥିଲେ। ଅଷ୍ଟ୍ରେଲିଆର ଗ୍ଲେନ ମ୍ୟାକ୍ସୱେଲ ଟୁର୍ନାମେଣ୍ଟର ସର୍ବାଧିକ ସ୍କୋର କରିଥିଲେ। ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ମ୍ୟାକ୍ସୱେଲ ୨୦୧ରେ ଅପରାଜିତ ରହିିଥିଲେ।

Share