୪୯୨୭ ଜଣଙ୍କୁ ରନ୍ଧାଖାଦ୍ୟ ଦିଆଗଲା

ଦେବଗଡ,୧ା୪(ଡି.ଏନ.ଏ.): ଦେବଗଡ ଜିଲାର ୩ ବ୍ଲକର ୫୭ ପଞ୍ଚାୟତ ଓ ପୌରାଞ୍ଚଳରେ ଗରିବ, ଅସହାୟ ଏବଂ ଶ୍ରମିକ ଶ୍ରେଣୀର ଲୋକଙ୍କୁ ବିଭିନ୍ନ ସ୍ଥାନରେ ରନ୍ଧାଖାଦ୍ୟ ଦିଆଯାଇଛି। ସୂଚନା ଅନୁଯାୟୀ ବାରକୋଟ ବ୍ଲକର ୨୨ଟି ପଞ୍ଚାୟତରେ ୯୬୫ଜଣ ବୟସ୍କ ଏବଂ ୮୧ଜଣ ଶିଶୁ, ରିଆମାଳ ବ୍ଲକର ୧୫ଟି ପଞ୍ଚାୟତରେ ୨୩୭ଜଣ ବୟସ୍କ ଏବଂ ୩୮ଜଣ ଶିଶୁ ଓ ତିଲେଇବଣି ବ୍ଲକର ୨୦ ପଞ୍ଚାୟତରେ ୧୦୯୧ଜଣ ବୟସ୍କ ଓ ୯୭ଜଣ ଶିଶୁଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି। ଗତ ୨୯ତାରିଖଠାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ଏଯାବତ୍‌ ଜିଲାରେ ୪୯୨୭ ଜଣଙ୍କୁ ଖାଦ୍ୟ ଯୋଗାଇ ଦିଆଯାଇଛି। ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଲକ୍‌ଡାଉନ ନ ଉଠିବା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଜାରି ରହିବ।