ଫାଲ୍ଗୁନ ପୂର୍ଣ୍ଣିମାରେ ହୋଲିକା ଦହନର ପରଦିନ ହୋଲି ଉତ୍ସବ ପାଳନ କରାଯିବ। ଏବର୍ଷ ଏହି ଉତ୍ସବରେ ବୃହସ୍ପତି ଓ ଶନି ଏକ ଦୁର୍ଲଭ ଯୋଗ ସୃଷ୍ଟି କରିଛନ୍ତି। ହୋଲି ଦିନ ଉକ୍ତ ଗ୍ରହମାନେ ସେମାନଙ୍କ ନିଜ ନିଜ ରାଶିରେ ରହିବେ ବୋଲି କହିଛନ୍ତି ଉଜ୍ୱୟନୀର ଜ୍ୟୋତିଷ ପଣ୍ଡିତ ମନୀଷ ଶର୍ମା। ତାଙ୍କ ମତରେ ଏହି ଦିନ ବୃହସ୍ପତି ତାଙ୍କ ସ୍ବରାଶି ଧନୁରେ ଓ ଶନି ସ୍ବରାଶି ମକରରେ ରହିବେ। ଏଭଳି ସଂଯୋଗ ୩ ମାର୍ଚ୍ଚ ୧୫୨୧ରେ ପଡିଥିଲା। ଏହି ଯୋଗରେ ହୋଲି ଅସିଲେ ଶୁଭ ଫଳ ପ୍ରଦାନ କରିଥାଏ। ପ୍ରତିବର୍ଷ ସୂର୍ଯ୍ୟ କୁମ୍ଭ ରାଶିରେ, ଚନ୍ଦ୍ର ସିଂହ ରାଶିରେ ରହନ୍ତି ଓ ହୋଲି ପାଳନ କରାଯାଏ। କିନ୍ତୁ ଏଥର ବୃହସ୍ପତି ଧନୁ ରାଶିରେ ରହୁଥିବାରୁ ହୋଲିଦିନ ବୃହସ୍ପତିଙ୍କ ଉଦ୍ଦେଶ୍ୟରେ ଚଣା ଦାନ କରନ୍ତୁ। ଭଗବାନ ଶିବଙ୍କୁ ବେସନ ଲଡୁ ଭୋଗ ଲଗାନ୍ତୁ। ହଳଦିଆ ବସ୍ତ୍ର ଓ କଦଳୀ ଦାନ କରନ୍ତୁ। ଶନିଙ୍କ ଲାଗି ଏହି ଦିନ ‘ଓଁ ଶନୈଶ୍ଚରାୟ ନମଃ’ ମନ୍ତ୍ର ଅତି କମ୍ରେ ୧୦୮ ଥର ଜପ କରନ୍ତୁ। ଶିବଲିଙ୍ଗରେ କଳାରାଶି ଚଢାନ୍ତୁ। କୌଣସି ଗରିବ ବ୍ୟକ୍ତିଙ୍କୁ କଳାବିରି ଦାନ କରନ୍ତୁ।