୪ ଅତିରିକ୍ତ ଏସ୍‌ପିଙ୍କୁ ନୂଆ ନିଯୁକ୍ତି

ଭୁବନେଶ୍ୱର, ୧ା୬(ବ୍ୟୁରୋ): ଓଡ଼ିଶା ପୋଲିସର ୪ଜଣ ଅତିରିକ୍ତ ଏସ୍‌ପି ପାହ୍ୟାର ଅଫିସରଙ୍କୁ ନୂଆ ନିଯୁକ୍ତି ପ୍ରଦାନ କରାଯାଇଛି। ଗତ ୭ ତାରିଖରେ ଗୃହ ବିଭାଗ ପକ୍ଷରୁ ସେମାନଙ୍କୁ ଡିଏସ୍‌ପି ପାହ୍ୟାରୁ ଅତିରିକ୍ତ ଏସ୍‌ପି ପାହ୍ୟାକୁ ପଦୋନ୍ନତି ଦିଆଯାଇଥିଲା। ସୋମବାର ସେମାନଙ୍କୁ ନୂଆ ଦାୟିତ୍ୱରେ ଅବସ୍ଥାପିତ କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ଦିଲୀପ କୁମାର ତ୍ରିପାଠୀଙ୍କୁ ଅତିରିକ୍ତ ଏସ୍‌ପି ସିଏଡବ୍ଲ୍ୟୁ ଓ ସିଡବ୍ଲ୍ୟୁ ସମେତ ଇଓଡବ୍ଲ୍ୟୁ ଏବଂ ଶ୍ରୀହର୍ଷ ମିଶ୍ରଙ୍କୁ ଅତିରିକ୍ତ ଏସ୍‌ପି ଇଣ୍ଟେଲିଜେଣ୍ଟ୍ସ ଓ ଏଥିସହିତ ପୋଲିସ ମୁଖ୍ୟାଳୟରେ କାର୍ଯ୍ୟ କରିବେ। ସେହିପରି ଉମେଶ କୁମାର ପଣ୍ଡାଙ୍କୁ ଆଇୟୁସିଏଡବ୍ଲ୍ୟୁ ଜଗତ୍‌ସିଂପୁର ଏବଂ ସୁବୋଧ କୁମାର ମଲ୍ଲିକଙ୍କୁ ଅତିରିକ୍ତ ଏସ୍‌ପି ଏସ୍‌ଓଜି ଓ ଏଥିସହିତ ରାଜ୍ୟ ପୋଲିସକୁ ବଦଳି କରାଯାଇଛି। ସେହିପରି ୪ଜଣ ଇନ୍ସପେକ୍ଟରଙ୍କୁ ବଦଳି କରାଯାଇଛି। କଟକ ସିଆଇଡି(ସିବି)ରେ କାର୍ଯ୍ୟ କରୁଥିବା ରୀନା ବେହେରାଙ୍କୁ ଇଓଡବ୍ଲ୍ୟୁ, କମିଶନରେଟ୍‌ ପୋଲିସରେ କାର୍ଯ୍ୟ କରୁଥିବା ଅର୍ପିତା ଖଟୁଆଙ୍କୁ ସୁନ୍ଦରଗଡ଼, ଅଞ୍ଜଳି ଛୋଟରାୟଙ୍କୁ ରାଉରକେଲା ଓ ବାଲେଶ୍ୱରରେ କାର୍ଯ୍ୟ କରୁଥିବା ଅନୁପ କୁମାର କାନୁନ୍‌ଗୋଙ୍କୁ ସ୍ପେଶାଲ ବ୍ରାଞ୍ଚ ଭୁବନେଶ୍ୱରକୁ ବଦଳି କରାଯାଇଛି।

Share