Categories: ଖେଳ

୪ ଓଭର, ୪ ମେଡେନ୍‌, ୪ ଉଇକେଟ୍‌: ବିରଳ ରେକର୍ଡ ହାସଲ କଲେ ଏହି ଖେଳାଳି

ସାଧାରଣତଃ କ୍ରିକେଟରେ ପ୍ରତି ମ୍ୟାଚରେ କିଛି ନା କିଛି ରେକର୍ଡ ସୃଷ୍ଟି ହେବାସହ ଭାଙ୍ଗିଥାଏ। ଏମିତି ଏକ ରେକର୍ଡର ଅଧିକାରୀ ହୋଇଛନ୍ତି ନ୍ୟୁଜିଲାଣ୍ଡର ରୋଜମ୍ୟାରି ମେୟାର। ଶ୍ରୀମ୍ପଟନ୍‌ ଟ୍ରଫିର ଏକ ମ୍ୟାଚରେ ସେ ୪ ଓଭର ବୋଲିଂ କରି କୌଣସି ରନ୍‌ ନ ଦେଇ ୪ଟି ଉଇକେଟ୍‌ ହାସଲ କରିଛନ୍ତି। ଏହି ୨୧ ବର୍ଷୀୟା ଖେଳାଳି ରୋଜମ୍ୟାର୍‌ ହୋକେ ବେ ପକ୍ଷରୁ ଖେଳି କେବଳ ବୋଲିଂରେ ନୁହେଁ, ବ୍ୟାଟିଂରେ ମଧ୍ୟ ନିଜ ଜଲଓ୍ବା ଦେଖାଇଥିଲେ। ସେ ୧୬ଟି ବଲ୍‌ ଖେଳି ଦୁଇଟି ଚୌକା ଏବଂ ୩ଟି ଛକା ସହ ୩୩ ରନ୍‌ କରିଥିଲେ। ହୋକେ ବେ ପ୍ରଥମେ ବ୍ୟାଟିଂ କରି ୪୦ ଓଭରରେ ୯ ଉଇକେଟ ହରାଇ ୨୬୩ ରନ୍‌ କରିଥିଲା। ୨୬୪ ରନକୁ ପିଛା କରି ନରଣାକି ଟିମ୍‌ ୧୮.୨ ଓଭରରେ ମାତ୍ର ୫୬ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ମେୟାର ମ୍ୟାଚର ଦ୍ୱିତୀୟ ଓଭରରେ ଲଗାତାର ୪ଟି ବଲରୁ ୪ଟି ଉଇକେଟ୍‌ ନେଇଥିଲେ।

Share