୪ କରୋନା ପ୍ରତିଷେଧକ ଟୀକାର ପରୀକ୍ଷା ଖୁବ୍‌ ଶୀଘ୍ର ହେବ ଆରମ୍ଭ: ହର୍ଷ ବର୍ଦ୍ଧନ

ନୂଆଦିଲ୍ଲୀ,୨୪।୫: କରୋନା ସଂକ୍ରମଣ ନେଇ ଭାରତରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ତେବେ ଇତିମଧ୍ୟରେ ଦେଶରେ ୪ କରୋନା ପ୍ରତିଷେଧକ ଟୀକାର କ୍ଲିନିକାଲ ପରୀକ୍ଷା ଖୁବ୍‌ ଶୀଘ୍ର ଆରମ୍ଭ ହେବ ବୋଲି କେନ୍ଦ୍ରୀୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ହର୍ଷ ବର୍ଦ୍ଧନ ସୂଚନା ଦେଇଛନ୍ତି। ୧୪ଟି ପ୍ରତିଷେଧକ ଟୀକା ଉପରେ ଗବେଷଣା ଜାରି ରହିଥିବାବେଳେ ସେଥିମଧ୍ୟରୁ ୪ଟିର ପରୀକ୍ଷା ଆସନ୍ତା୫ ମାସ ମଧ୍ୟରେ କରାଯିବାର ଯୋଜନା ରହିଛି। ଏକ ଆଲୋଚନାରେ ଭାଜପା ନେତା ଜି.ଭି.ଏଲ୍‌ ନରସିଂହ ରାଓଙ୍କ ପକ୍ଷରୁ ପଚରା ଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ହର୍ଷ ବର୍ଦ୍ଧନ ଏଭଳି କହିଛନ୍ତି। ପୃଥିବୀରେ ବିଭିନ୍ନ ଦେଶରେ ୧୦୦ରୁ ଅଧିକ ପ୍ରତିଷେଧକ ଟୀକା ଉପରେ ଗବେଷଣା ଜାରି ରହିଛି। ବିଶ୍ୱସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଏନେଇ ସହାୟତା ଯୋଗାଇ ଦିଆଯାଉଛି। ଭାରତ ମଧ୍ୟ ପ୍ରତିଷେଧକ ଟୀକା ପ୍ରସ୍ତୁତି ନେଇ ଉଦ୍ୟମ ଅବ୍ୟାହତ ରଖିଥିବା ହର୍ଷ ବର୍ଦ୍ଧନ କହିଛନ୍ତି।

Share