୪ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ଟାଙ୍ଗୀ(ଖୋର୍ଦ୍ଧା),୨୯ା୮(ଡି.ଏନ.ଏ.): ଟାଙ୍ଗୀ ଅବକାରୀ ବିଭାଗ ଅଧିକାରୀ ଓ କର୍ମକର୍ତ୍ତା ବୁଧବାର କୁହୁଡ଼ିରେ ଚଢ଼ାଉ କରି ୪କେଜି ୭ ଶହ ଗ୍ରାମ ଗଞ୍ଜେଇ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ହେଉଛନ୍ତି ରବୀନ୍ଦ୍ର ଭୁଜବଳ(୪୮)। ଅବକାରୀ ଇନ୍ସପେକ୍ଟର ନିନା ବେଉରା ଓ ସବ୍‌ଇନ୍ସପେକ୍ଟର ପ୍ରୀତିଧାରା ନାୟକ ପ୍ରମୁଖ କୁହୁଡି ଗଡ଼ଭିତର ସାହିର କୋଠଘରେ ଚଢ଼ାଉ କରି ଏହି ଗଞ୍ଜେଇ ଜବତ କରିଥିଲେ। ରବୀନ୍ଦ୍ରଙ୍କୁ କୋର୍ଟଚାଲାଣ କରାଯାଇଥିବା ଅବକାରୀ ବିଭାଗ ସୂତ୍ରରୁ ଜଣାପଡିଛି।