Categories: ମେଟ୍ରୋ

୪ ଗେମ୍‌ ଜୋନ୍‌, ୧ ଗେଷ୍ଟ ହାଉସ୍‌ ସିଲ୍‌

ଭୁବନେଶ୍ୱର,୨୦।୩(ବ୍ୟୁରୋ): କରୋନା ମୁକାବିଲା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଏବଂ ଭୁବନେଶ୍ୱର ଡେଭଲପ୍‌ମେଣ୍ଟ ଅଥରିଟି (ବିଡିଏ)ର ମିଳିତ ଉଦ୍ୟମରେ ରାଜଧାନୀରେ ନିୟମିତ ଯାଞ୍ଚ କରାଯାଉଛି। ଗୁରୁବାର ରାଜଧାନୀର ଦକ୍ଷିଣ-ପଶ୍ଚିମ ଜୋନ୍‌ର ୭ଟି ମଣ୍ଡପ ଏବଂ ୧୧ଟିି ମଲରେ ଯାଞ୍ଚ କରାଯାଇଛି। ସେହିପରି ଦକ୍ଷିଣ-ପୂର୍ବ ଜୋନରେ ୬ଟି ମେଡିସିନ୍‌ ଷ୍ଟୋର ଓ ଉତ୍ତର ଜୋନ୍‌ରେ ୧୧ଟି ମଲ୍‌ ସମେତ ୧୧ଟି ହୋଟେଲ୍‌, ୫ ରେଷ୍ଟୁରାଣ୍ଟ ଏବଂ ୧୦ କମ୍ପାନୀରେ ଯାଞ୍ଚ କରାଯାଇଛି। ଯାଞ୍ଚ ସମୟରେ ବରମୁଣ୍ଡାରେ ଥିବା ଚର୍ଚ୍ଚିକା ଗେଷ୍ଟ ହାଉସ୍‌ ବିଏମ୍‌ସି ଦ୍ୱାରା ଜାରି କରାଯାଇଥିବା ଏସ୍‌ଓପି ଉଲ୍ଲଂଘନ କରିଥିବା ଅଭିଯୋଗରେ ତାହାକୁ ସିଲ୍‌ କରିଦିଆଯାଇଛି। ଲୋକଙ୍କୁ ସଚେତନ କରାଇବା ସହ ଭୁବନେଶ୍ୱରରେ ବିଭିନ୍ନ ଅଞ୍ଚଳରେ ଥିବା ଗେମ୍‌ ଜୋନ୍‌ଗୁଡ଼ିିକୁ ଆସନ୍ତା ୩୧ ତାରିଖ ଯାଏ ବନ୍ଦ ରଖାଯାଇଛି। ସିଲ୍‌ ହୋଇଥିବା ଗେମ୍‌ ଜୋନଗୁଡ଼ିକ ହେଲା ଶହୀଦନଗରସ୍ଥିତ ରିପ୍ଲବିକ୍‌ ଅଫ୍‌ ଗେମର୍ସ ଓ କ୍ରେଜି ଗେମର୍ସ, ବାପୁଜୀନଗରସ୍ଥ ସିଏନସି ଗେମ୍‌ ଜୋନ୍‌ ଏବଂ ଲୁଇସ୍‌ ରୋଡ୍‌ରେ ଥିବା ଇ-ସ୍ପୋଟର୍‌ସ ଫାଇଟ୍‌ କ୍ଲବ।

Share