୪ ଜିଲା କରୋନା ମୁକ୍ତ

ଭୁବନେଶ୍ୱର, ୨୧।୪(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ଆଉ ୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେମାନେ ଭୁବନେଶ୍ୱର, ଢେଙ୍କାନାଳ, କଳାହାଣ୍ଡି, ସୁନ୍ଦରଗଡ଼ ଓ କେନ୍ଦ୍ରାପଡ଼ା ଜିଲାର ଜଣେ ଲେଖାଏ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜଣାପଡ଼ିଛି। ତେବେ ଏହି ୫ କରୋନା ଆକ୍ରାନ୍ତ ସୁସ୍ଥ ହେବା ପରେ ୪ ଜିଲା କରୋନା ମୁକ୍ତ ହୋଇଛି। ଆଜି କଳାହାଣ୍ଡି, ଢେଙ୍କାନାଳ ଜିଲା କରୋନା ମୁକ୍ତ ହୋଇଥିବା ବେଳେ ପୂର୍ବରୁ କଟକ ଏବଂ ପୁରୀ ଜିଲା କରୋନା ମୁକ୍ତ ହୋଇଥିଲା।

Share