୪ ଜିଲା ପରିଷଦ ଆସନରେ ଉପନିର୍ବାଚନ: ୨୯ରେ ଜାରି ହେବ ନୋଟିସ

ଭୁବନେଶ୍ୱର,୨୨।୧୦(ବ୍ୟୁରୋ): ରାଜ୍ୟର ୪ ଜିଲା ପରିଷଦ ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେବ। ଛତ୍ରପୁର, ଦାନଗଦି, ପଟ୍ଟାଙ୍ଗୀ ଏବଂ ଦଶରଥପୁର ପାଇଁ ଏହି ଉପନିର୍ବାଚନ ହେବ। ସେହିପରି ୧୭ ସରପଞ୍ଚ, ୨୧ ସମିତିସଭ୍ୟ, ୩୦୩ ଓ୍ବାର୍ଡମେମ୍ବର ପାଇଁ ମଧ୍ୟ ଉପନିର୍ବାଚନ କରାଯିବ। ନଭେମ୍ବର ୨୭ରେ ଭୋଟଗ୍ରହଣ ହେବାକୁ ଥିବା ବେଳେ ୨୮ରେ ଫଳାଫଳ ଘୋଷଣା କରାଯିବ। ଏ ନେଇ ଆସନ୍ତା ୨୯ରେ ନୋଟିସ ଜାରି କରାଯିବ। ସେହିଭଳି ଅକ୍ଟୋବର ୩୧ରୁ ନଭେମ୍ବର ୨ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଦାଖଲ କରାଯିବ ବୋଲି ଜଣାପଡ଼ିଛି।

Share