୪ ଟ୍ରେନରୁ ଓହ୍ଲାଇଲେ ପ୍ରବାସୀ

ଭଦ୍ରକ ଅଫିସ,୨୬ା୫- ଭଦ୍ରକ ଷ୍ଟେଶନରେ ସୋମବାର ୩ଟି ଟ୍ରେନରେ ପ୍ରବାସୀ ଓଡ଼ିଆ ଓହ୍ଲାଇଛନ୍ତି। ସୋମବାର ଅପରାହ୍ନରେ ହାଇଦ୍ରାବାଦରୁ ଏକ ଟ୍ରେନ ଆସି ଭଦ୍ରକରେ ପହଞ୍ଚିଥିଲା। ସେଥିରେ ୧୫୪୧ଜଣ ପ୍ରବାସୀ ଓଡ଼ିଆ ଥିଲେ। ଭଦ୍ରକ ଜିଲା ବ୍ୟତୀତ ଆଉ ୧୬ଟି ଜିଲାର ପ୍ରବାସୀ ଥିବା ଜଣାପଡ଼ିଛି। ସେହିଭଳି ଗୋଟିଏ ବାଙ୍ଗାଲୋର, ଗୋଟିଏ ମୁମ୍ବାଇ ଓ ଅନ୍ୟଟି ନୂଆଦିଲ୍ଲୀରୁ ଏହି ସ୍ବତନ୍ତ୍ର ଶ୍ରମିକ ଟ୍ରେନ ଆସିଥିବା ଜଣାପଡ଼ିଛି। ବାଙ୍ଗାଲୋରରୁ ଆସିଥିବା ଟ୍ରେନରେ ୯୮୧ ଜଣ ଓହ୍ଲାଇଥିବା ବେଳେ ଦିଲ୍ଲୀରୁ ଖୋର୍ଦ୍ଧାରୋଡ଼ ଯାଉଥିବା ଟ୍ରେନରେ ୫୯ଜଣ ଓହ୍ଲାଇଛନ୍ତି। ବାଙ୍ଗାଲୋର ଟ୍ରେନରେ ଭଦ୍ରକର ପ୍ରବାସୀ ୧୮୬ଜଣ ଥିବା ବେଳେ ମଧ୍ୟ ଅନ୍ୟ ଜିଲାର ପ୍ରବାସୀ ଥିବା ଜଣାପଡ଼ିଛି। ମଙ୍ଗଳବାର ରାତିରେ ଆଉ ୨ଟି ଟ୍ରେନ ଆସି ଭଦ୍ରକରେ ପହଞ୍ଚିବବୋଲି ସୂଚନା ମିଳିଛି।