Categories: ବାଣିଜ୍ୟ

୪ ଦିନ ବନ୍ଦ ରହିବ ବ୍ୟାଙ୍କ

ନୂଆଦିଲ୍ଲୀ,୨୧-୧୦: ଚଳିତ ସପ୍ତାହରେ ଦେଶର ବିଭିନ୍ନ ପ୍ରାନ୍ତରେ ୪ ଦିନ ବ୍ୟାଙ୍କ ବନ୍ଦ ରହିବ। ବ୍ୟାଙ୍କ ଧର୍ମଘଟ ଏବଂ ବିଧାନ ସଭା ନିର୍ବାଚନ ରହୁଥିବା ମହାରାଷ୍ଟ୍ର ଏବଂ ହରିୟାଣାରେ ବ୍ୟାଙ୍କ ୩ ଦିନ କାମ କରିବ। ମଙ୍ଗଳବାର ବ୍ୟାଙ୍କ ଧର୍ମଘଟ ଯୋଗୁ ଦେଶର ଅନ୍ୟ ପ୍ରାନ୍ତରେ କେବଳ ଗୋଟିଏ ଦିନ ବ୍ୟାଙ୍କ ସେବା ବନ୍ଦ ରହିବ ବୋଲି ଜଣାପଡିଛି। ମହାରାଷ୍ଟ୍ର ଏବଂ ହରିୟାଣାରେ ସୋମବାର ବିଧାନ ସଭା ନିର୍ବାଚନ ଲାଗି ରିଜର୍ଭ ବ୍ୟାଙ୍କ ଏହି ଦୁଇ ରାଜ୍ୟରେ ବ୍ୟାଙ୍କ ଛୁଟି ନେଇ ଘୋଷଣା କରିଛି। କେନ୍ଦ୍ରଶାସିତ ଅଞ୍ଚଳ ଚଣ୍ଡିଗଡରେ ସୋମବାର ବ୍ୟାଙ୍କ ଖୋଲା ରହିବ। ଅଲ ଇଣ୍ଡିଆ ବ୍ୟାଙ୍କ ଏମ୍ପ୍ଲଇଜ ଆସୋସିଏଶନ (ଏଆଇବିଇଏ) ଏବଂ ବ୍ୟାଙ୍କ ଏମ୍ଲଇଜ ଫେଡେରେଶନ ଅଫ ଇଣ୍ଡିଆ( ବିଇଏଫ୍‌ଆଇ) ମଙ୍ଗଳବାର ଦିନିକିଆ ବ୍ୟାଙ୍କ ଧର୍ମଘଟରେ ସାମିଲ ହେବେ। ଏହି ଦିନ ବ୍ୟାଙ୍କ କାରବାର ପ୍ରଭାବିତ ହେବାର ଆଶଙ୍କା ରହିଛି। ୨୩,୨୪ ଏବଂ ୨୫ରେ ସାରା ଦେଶରେ ବ୍ୟାଙ୍କ କାରବାର ସାମାନ୍ୟ ରହିବ। ୨୬ ତାରିଖ ଚତୁର୍ଥ ଶନିବାର ପାଇଁ ବ୍ୟାଙ୍କ ବନ୍ଦ ରହିବ। ୨୭ ଅକ୍ଟୋବର ରବିବାର ଏବଂ ଦିପାବଳୀ ରହିଥିବାରୁ ବ୍ୟାଙ୍କ ଏହିଦିନ ବନ୍ଦ ରହିବ। ୨୮ ଅକ୍ଟୋବର ବ୍ୟାଙ୍କ ଖୋଲାରହିବାକୁ ଥିବା ବେଳେ ଦୀପାଳବୀ ପର୍ବକୁ ଧ୍ୟାନରେ ରଖି ମୁମ୍ବାଇରେ ଏହି ଦିନ ବ୍ୟାଙ୍କ ବନ୍ଦ ରହିବ ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ ସୂଚନା ରହିଛି।

Share