୪ ନିର୍ଦ୍ଦୋଷ ଯୁବକଙ୍କୁ ମାଡ଼ ଅଭିଯୋଗ: ସିମେଣ୍ଟ କାରଖାନା ସମ୍ମୁଖରେ ଉତ୍ତେଜନା

ବରଗଡ଼ ଅଫିସ,୮।୧: ବରଗଡ଼ ସିମେଣ୍ଟ କାରଖାନାର କେତେକ କର୍ମଚାରୀ ବିଶାଲଟିକ୍ରା ଗ୍ରାମର ୪ ନିର୍ଦ୍ଦୋଷ ଯୁବକଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ବୁଧବାର କାରଖାନା ସମ୍ମୁଖରେ ଉତ୍ତେଜନା ପ୍ରକାଶ ପାଇଛି । ଶତାଧିକ ଗ୍ରାମବାସୀ କାରଖାନା ନିକଟକୁ ଆସି ଦାଦାଗିରିର ପ୍ରତିବାଦ କରିଛନ୍ତି।
ସୂଚନା ଅନୁଯାୟୀ, ଗତ ରବିବାର ରାତିରେ ବିଶାଲଟିକ୍ରାର ୪ଯୁବକ ନିଆଁ ପୁଉଁଥିବା ସମୟରେ କାରଖାନାର ସୁରକ୍ଷା କର୍ମଚାରୀମାନେ ସେଠାରୁ ସେମାନଙ୍କୁ କାରଖାନା ଭିତରକୁ ଉଠାଇ ନେଇଥିଲେ। କାରଖାନା ଭିତରେ ନିସ୍ତୁକ ମାଡ଼ ମାରି ପୋଲିସରେ ଜିମା ଦେଇଥିଲେ। ପରେ ପୋଲିସ ସେମାନଙ୍କୁ ଛାଡ଼ି ଦେଇଥିଲା। ସିମେଣ୍ଟ କାରଖାନା ସୁରକ୍ଷା କର୍ମଚାରୀଙ୍କ ସେଭଳି ଦାଦାଗିରି ଲୋକଲୋଚନକୁ ଆସିବା ପରେ ଉତ୍ତେଜନା ପ୍ରକାଶ ପାଇଛି।

Share