୪ ଫୁଟ ଲମ୍ବର ରଣା ସାପ ଉଦ୍ଧାର

ଯୋଡ଼ା, ୧।୧୦ (ଡି.ଏନ.ଏ.)- କେନ୍ଦୁଝର ଜିଲା ଯୋଡା ସହରର ୨ନଂ ଓ୍ବାର୍ଡ ବନେଇକଳାସ୍ଥିତ ସେଣ୍ଟ୍ରାଲ ହସ୍ପିଟାଲ ନିକଟରେ ଥିବା ଏକ ଘରୁ ୪ ଫୁଟ ଲମ୍ବର ରଣା ସାପ ଉଦ୍ଧାର କରାଯାଇଛି। ସନ୍ଧ୍ୟା ୭ଟା ସମୟରେ ଉକ୍ତ ରଣା ସାପଟି ବନେଇକଳାର କେନ୍ଦ୍ରୀୟ ଚିକିତ୍ସାଳୟ ନିକଟସ୍ଥ ମାନସ ଦାସଙ୍କ ଘରେ ପଶିଥିଲା। ଘର ଲୋକ ସାପଟିକୁ ଦେଖି ଜଣେ କର୍ମଚାରୀ ଭଜମାନ ଜେନାଙ୍କୁ ଫୋନ କରିଥିଲେ। ଭଜମାନ ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରି କୁନ୍ଦୁରୁନାଲା ସୁନା ନଦୀରେ ଛାଡି ଦେଇଛନ୍ତି।