୪ ବର୍ଷରୁ ଗୀତ ଗାଇବା ଆରମ୍ଭ କରିଥିଲେ ଶ୍ରେୟା

ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିର ସଫଳ ଗାୟିକାଙ୍କ ମଧ୍ୟରୁ ଅନ୍ୟତମ ଶ୍ରେୟା ଘୋଷାଲ। ଇତିମଧ୍ୟରେ ସେ ଚାରୋଟି ରାଷ୍ଟ୍ରୀୟ ପୁରସ୍କାର ସମେତ ଅନେକ ପୁରସ୍କାର ନିଜ ନାମରେ କରିପାରିଛନ୍ତି। ୧୨ ମାର୍ଚ୍ଚ ୧୯୮୪ରେ ପଶ୍ଚିମବଙ୍ଗରେ ଜନ୍ମିତ ଶ୍ରେୟାଙ୍କର ଆଜି ହେଉଛି ଜନ୍ମଦିନ।
ମାତ୍ର ୪ ବର୍ଷ ବୟସରୁ ଗୀତ ଗାଇବା ଆରମ୍ଭ କରିଥିଲେ ଏହି ସଫଳ ଗାୟିକା। ମାତ୍ର ତାଙ୍କୁ ପ୍ରଥମ ପରିଚୟ ମିଳିଥିଲା ସଂଗୀତ ରିଆଲିଟି ଶୋ’ ‘ସା ରେ ଗା ମା ପା’ର ବିଜେତା ହେବାପରେ। ଶ୍ରେୟାଙ୍କୁ ବଲିଉଡ୍‌ର ସଫଳ ନିର୍ମାତା ସଂଜୟ ଲୀଲା ଭଂସାଲୀଙ୍କ ଫିଲ୍ମ ‘ଦେବଦାସ’ରେ ପ୍ରଥମ ଥର ପାଇଁ ଗୀତ ଗାଇବାର ସୁଯୋଗ ମିଳିଥିଲା। ପ୍ରଥମ ଫିଲ୍ମରେ ଗୀତ ଗାଇ ସେ ରାଷ୍ଟ୍ରୀୟ ପୁରସ୍କାର ଜିତିିଥିଲେ। ଏବେ ଶ୍ରେୟା ଦେଶ ସମେତ ବିଦେଶରେ ବେଶ୍‌ ପରିଚିତ। ଇତିମଧ୍ୟରେ ଶ୍ରେୟା ଅନେକ ସଂଗୀତ ରିଆଲିଟି ଶୋ’ରେ ଜଜ୍‌ ମଧ୍ୟ ରହିସାରିଛନ୍ତି। ସେ ଗାଇଥିବା ସଫଳ ଗୀତଗୁଡିକ ମଧ୍ୟରେ ରହିଛି
ଡୋଲା ରେ ଡୋଲା (ଦେବଦାସ), ଜାଦୁ ହୈ ନଶା ହୈ(ଜିସ୍ମ), ତେରେ ଔର (ସିଂହ ଇଜ୍‌ କିଙ୍ଗ), ସୁନ୍‌ ରହା ହୈ ନା ତୁ(ଆଶିକି-୨), ମନଓ୍ବା ଲାଗେ(ହାପି ନ୍ୟୁ ଇୟର)।

Share