୪ ବର୍ଷରେ ନାସାକୁ ମିଳିଛି ୧୭ ନୂଆ ଗ୍ରହର ସନ୍ଧାନ: ଗୋଟିଏରେ ଏଲିଅନ୍‌ ଥିବା ସମ୍ଭାବନା !

ଟରଣ୍ଟୋ,୨୯।୨: ପୃଥିବୀ ଭଳି ଅନ୍ୟ ବାସ ଉପଯୋଗୀ ଗ୍ରହର ସନ୍ଧାନ ପାଇଁ ମହାକାଶ ବିଜ୍ଞାନୀମାନେ ଉଦ୍ୟମ ଜାରି ରଖିଛନ୍ତି। ଏହି ମର୍ମରେ ନାସା ମଧ୍ୟ ମହାକାଶ ଗବେଷଣା ଅବ୍ୟାହତ ରଖିଛି। ଗତ ୪ ବର୍ଷ ମଧ୍ୟରେ ନାସା ୧୭ଟି ନୂଆ ଗ୍ରହର ସନ୍ଧାନ ପାଇଛି। ସେଥିମଧ୍ୟରେ ଗୋଟିଏ ପୃଥିବୀ ଭଳି ବାସ ଉପଯୋଗୀ ଗ୍ରହ ଥିବା ନାସା ପକ୍ଷରୁ କୁହାଯାଇଛି। ନାସା ପକ୍ଷରୁ ଏହି ବାସଉପଯୋଗ୍ୟ ଗ୍ରହକୁ କେଆଇସି-୭୩୪୦୨୮୮-ବି ଭାବେ ନାମିତ କରାଯାଇଛି। ଏହି ଗ୍ରହଟି ପୃଥିବୀଠାରୁ ଦେଢ଼ଗୁଣା ବଡ଼। ଏଠାରେ ଏଲିଅନ୍‌ ଥିବାର ସମ୍ଭାବନା ନେଇ ନାନା କଳ୍ପନା ଜଳ୍ପନା ଜାରି ରହିଛି। ଏଠାକାର ପରିବେଶ ନେଇ ଅଧିକ ଗବେଷଣା କରାଯାଉଛି। ଭବିଷ୍ୟତରେ ଏହି ଗ୍ରହ ସହିତ ଯୋଗାଯୋଗ କରାଯାଇପାରିବ ବୋଲି ନାସା ପକ୍ଷରୁ କୁହାଯାଇଛି।

Share