Categories: ଖେଳ

୪ ବର୍ଷରେ ପ୍ରଥମ ବ୍ୟାଟ୍ସମ୍ୟାନ ଶ୍ରେୟାସ

ହାମିଲଟନ,୫।୨- ଶ୍ରେୟାସ ଆୟାର ବୁଧବାର ଅନ୍ତର୍ଜାତୀୟ କ୍ୟାରିୟରରେ ପ୍ରଥମ ଶତକ ହାସଲ କରିଛନ୍ତି। ୪ ବର୍ଷ ପରେ ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ୪ ନମ୍ବର କ୍ରମରେ ବ୍ୟାଟିଂ କରି ବିଦେଶରେ ଶତକ ହାସଲ କରିଛନ୍ତି। ଆୟାର ୧୦୭ ବଲର ସମ୍ମୁଖୀନ ହୋଇ ୧୦୩ ରନ୍‌ କରିଥିଲେ। ତାଙ୍କ ପୂର୍ବରୁ ମନୀଷ ପାଣ୍ଡେ ସମାନ ବ୍ୟାଟିଂ ପୋଜିଶନରେ ବିଦେଶୀ ମାଟିରେ ଶତକ ହାସଲ କରିଥିଲେ। ୨୦୧୬, ଜାନୁୟାରୀ ୨୩ ତାରିଖରେ ପାଣ୍ଡେ ସିଡ୍‌ନୀଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ୧୦୪ ରନ୍‌ର ଅପରାଜିତ ଇନିଂସ ଖେଳିଥିଲେ। ତେବେ ଗତ ୫ ବର୍ଷ ମଧ୍ୟରେ ଆୟାର ଚତୁର୍ଥ ବ୍ୟାଟ୍ସମ୍ୟାନ ଭାବେ ୪ ନମ୍ବର କ୍ରମରେ ଶତକ ହାସଲ କରିଛନ୍ତି। ଏହି ତାଲିକାରେ ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂ (୧୫୦) ଓ ଅମ୍ବାତି ରାୟୁଡୁ (୧୦୦) ରହିଛନ୍ତି। ଉଲ୍ଲେଖଯୋଗ୍ୟ, ଆୟାର କ୍ୟାରିୟରର ୧୬ତମ ଦିନିକିଆ ମ୍ୟାଚ୍‌ରେ ୩ ସଂଖ୍ୟା ବିଶିଷ୍ଟ ସ୍କୋର ହାସଲ କରିଛନ୍ତି। ଏଥିର୍ପୂବରୁ ୮୮ ତାଙ୍କର ଶ୍ରେଷ୍ଠ ଇନିଂସ ଥିଲା। ଏହାବାଦ୍‌ ୬ ଅର୍ଦ୍ଧଶତକ ମଧ୍ୟ ତାଙ୍କ ଛୋଟିଆ କ୍ୟାରିୟରରେ ରହିଛି।

Share