Categories: ଫୁରସତ

୪ ବର୍ଷରେ ୧୧୦ କିଲୋ ଓଜନ କମାଇଲେ ୧୪ ବର୍ଷ ବୟସ୍କ ବାଳକ

ଜାକର୍ତ୍ତା,୨୬।୧: ପୃଥିବୀର ସବୁଠାରୁ ମେଦବହୁଳ ବାଳକ ଗତ ୪ ବର୍ଷରେ ୧୧୦ କିଲୋ ଓଜନ କମାଇଇଛନ୍ତି। ସେ ବାଳକ ଜଣକ ହେଉଛନ୍ତି ଇଣ୍ଡୋନେସିଆର ୧୪ ବର୍ଷ ବୟସ୍କ ଆରିୟା ପରମାନା। ପୂର୍ବରୁ ତାଙ୍କ ଓଜନ ୧୯୩ କିଲୋ ଥିଲା। ତେବେ ନିୟମିତ ବ୍ୟାୟାମ ଏବଂ ବାରିଆଟିକ୍‌ ସର୍ଜରୀ କରାଯିବା ଦ୍ୱାରା ତାଙ୍କର ଓଜନ କମି ଏବେ ୮୩ କିଲୋରେ ପହଞ୍ଚିଛି। ୪୯ ବର୍ଷ ବୟସ୍କ ଟ୍ରେନର ଅଦେ ରୟଙ୍କ ସହଯୋଗରେ ଏହା ସମ୍ଭବ ହୋଇଥିବା ଆରିଆ କହିଛନ୍ତି। ସେ ଟ୍ରେନିଂ ସମୟର ଏକ ଭିଡ଼ିଓ ମଧ୍ୟ ସୋସିଆଲ୍‌ ମିଡ଼ିଆରେ ଶେୟାର କରିଛନ୍ତି। ୪ ବର୍ଷ ବୟସରୁ ତାଙ୍କର ଓଜନ ବଢ଼ିବାରେ ଲାଗିଥିଲା। ଆରିୟାଙ୍କୁ ୧୦ ବର୍ଷ ହୋଇଥିବାବେଳେ ତାଙ୍କ ଓଜନ ୧୯୩ କିଲୋରେ ପହଞ୍ଚିଥିଲା। ଏହାପରେ ପିତା ଆରିୟାଙ୍କ ଟ୍ରେନରଙ୍କ ପାଖକୁ ନେଇଯାଇଥିଲେ।

Share