୪ ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର: ଅଭିଯୁକ୍ତ ଗିରଫ

ବାସୁଦେବପୁର,୨୪।୨(ଡି.ଏନ.ଏ.)-ଭଦ୍ରକ ଜିଲା ବାସୁଦେବପୁର ବ୍ଲକ କିଷ୍ମତକୃଷ୍ଣପୁର ଅଞ୍ଚଳର ଜଣେ ୪ ବର୍ଷୀୟା ଶିଶୁକନ୍ୟାଙ୍କୁ ରବିବାର ସକାଳେ ବଳାତ୍କାର କରାଯାଇଛି। ପୀଡ଼ିତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏ ନେଇ ସନ୍ଧ୍ୟାରେ ପୀଡ଼ିତାଙ୍କ ମା’ଙ୍କ ଅଭିଯୋଗକ୍ରମେ ନାୟକାଣିଡିହୀ ଥାନା ପୋଲିସ ଏକ ମାମଲା(ନଂ.୨୩/୨୦) ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଲୁଣିସାହି ଗଁାର ଜଗନ୍ନାଥ ଦାସ। ଅଭିଯୋଗ ଅନୁଯାୟୀ, ସକାଳେ ଜଗନ୍ନାଥ ଶିଶୁକନ୍ୟାଙ୍କୁ ଚକୋଲେଟ୍‌ ଦେବାକୁ କହି ନିଜ ଘରକୁ ଟେକି ନେଇ ବଳାତ୍କାର କରିଥିଲେ। ଏ ସମ୍ପର୍କରେ ଖବର ପାଇ ନାୟକାଣିଡିହୀ ଥାନା ପୋଲିସ ପହଞ୍ଚି ଜଗନ୍ନାଥଙ୍କୁ ଥାନାକୁ ନେଇ ଅଟକ ରଖି ପଚରାଉଚରା କରିଥିଲା। ପୀଡ଼ିତାଙ୍କ ପକ୍ଷରୁ ଲିଖିତ ଅଭିଯୋଗ ପରେ ପୋଲିସ ତାଙ୍କୁ ଗିରଫ କରିଛି। ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ଆଇଆଇସି ଉମାଶଙ୍କର ନାୟକ ସୂଚନା ଦେଇଛନ୍ତି।

Share