Advertisement

୪ ବର୍ଷୀୟା ଭଉଣୀକୁ ବଳାତ୍କାର: ବଡ଼ଭାଇ ଗିରଫ

ସରଣ୍ଡା,୨୭।୭(ଡି.ଏନ୍‌.ଏ.): ନିଜର କାମପିପାସା ମେଣ୍ଟାଇବା ପାଇଁ ନାବାଳିକା ଭଉଣୀକୁ ବଳାତ୍କାର କରିଛନ୍ତି ବଡ଼ଭାଇ । ଏଭଳି ଲଜ୍ଜାଜନକ ଘଟଣା ଘଟିଛି ବରଗଡ଼ ଜିଲା ଅତାବିରା ଥାନା ଗୋଡ଼ଭଙ୍ଗା ଅଞ୍ଚଳରେ। ପୋଲିସ ଅଭିଯୁକ୍ତ ଭାଇଙ୍କୁ ଗିରଫକରି ଶନିବାର କୋର୍ଟଚାଲାଣ କରିଥିବା ଜଣାପଡ଼ିଛି। ସେ ହେଲେ ସୁଧାଂଶୁ ପ୍ରଧାନ।
ପ୍ରକାଶ ଯେ, ଗତ ୨୩ ତାରିଖ ସକାଳେ ୪ ବର୍ଷୀୟା ଶିଶୁକନ୍ୟା ଘରେ ଖେଳୁଥିଲେ। ଏହି ସମୟରେ ତାଙ୍କର ବଡ଼ବାପା ପୁଅ ଭାଇ ସୁଧାଂଶୁ ଭଉଣୀକୁ ଡାକି ନେଇ ବଳାତ୍କାର କରିଥିଲେ। ଏହି ଘଟଣା ବିଷୟରେ ଶୁକ୍ରବାର ପୀଡ଼ିତାଙ୍କ ପରିବାର ଲୋକେ ଜାଣିବା ପରେ ଅତାବିରା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ପୋକ୍ସୋ ଆକ୍ଟରେ ମାମଲା (୧୫୫/୧୯) ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲେ। ଶନିବାର ପୋଲିସ ଅଭିଯୁକ୍ତ ସୁଧାଂଶୁଙ୍କୁ ଗିରଫ କରିଛି। ଡାକ୍ତରୀମାଇନା ପରେ ତାଙ୍କୁ କୋର୍ଟଚାଲାଣ କରାଯାଇଥିବା ବରଗଡ଼ ସଦର ଏସ୍‌ଡିପିଓ କ୍ଷୀରସାଗର ନାଏକ କହିଛନ୍ତି ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share