୪ ବର୍ଷ ପରେ ବି ହଟିଲାନି ଗ୍ରାମପଞ୍ଚାୟତ ଲେଖାଥିବା ଗେଟ

ଚମ୍ପୁଆ, ୬।୮(ଡି.ଏନ.ଏ.)- ୪ ବର୍ଷ ପରେ ବି ଚମ୍ପୁଆ ଏନଏସିର ମୁଖ ଶାଳାରେ ଥିବା ଗେଟରେ ଏବେବି ଚମ୍ପୁଆ ପଞ୍ଚାୟତ ଲେଖା ହୋଇଥିବା ଦେଖିବାକୁ ମିଳିଛି। ୪ ବର୍ଷ ଧରି ଏନଏସି ପକ୍ଷରୁ ପୂର୍ବ ପଞ୍ଚାୟତ କାର୍ଯ୍ୟାଳୟରେ ଚମ୍ପୁଆ ବିଜ୍ଞାପିତ ପରିଷଦ ବୋର୍ଡ ଲଗାଯାଇ ଅଫିସ କାର୍ଯ୍ୟ କରାଯାଉଥିଲେ ମଧ୍ୟ ମୁଖ୍ୟ ଫାଟକରେ ଚମ୍ପୁଆ ଗ୍ରାମ ପଞ୍ଚାୟତ ଲେଖା ହୋଇଥିବା ବିଭାଗୀୟ କର୍ତ୍ତୃପକ୍ଷଙ୍କ ପାରିବା ପଣିଆକୁ ପଦାରେ ପକାଇଛି। ଏନଏସି ଗଠନ ହେବା ଦିନଠାରୁ ୧୩ ଗୋଟି ୱାର୍ଡର ମୌଳିକ ସୁବିଧାକୁ ଆଖି ଆଗରେ ରଖି ରାସ୍ତାଘାଟ ପାନୀୟ ଜଳ ଓ ଆଲୋକ ବ୍ୟବସ୍ଥାକୁ ଗୁରୁତର ସହ କାର୍ଯ୍ୟ କରାଯାଉଥିଲେ ମଧ୍ୟ ୩ଜଣ କାର୍ଯ୍ୟନିର୍ବାହୀ ଅଧିକାରୀ ବର୍ତ୍ତମାନ ସୁଦ୍ଧା ଅବସ୍ଥାପିତ ହୋଇଥିଲେ ହେଁ ଏହି ଗେଟ୍‌ର ଲେଖାଟି ପରିବର୍ତ୍ତନ କରାଯାଇପାରିନାହିଁ।ଫଳରେ ଚମ୍ପୁଆ ଏନଏସି ପ୍ରତି ଏହା କୁଠାରଘାତ କରୁଥିବା ସ୍ଥାନୀୟ ଜନସାଧାରଣ ମତଦେଇଛନ୍ତି। ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଏବଂ ଏହାର ଲେଖା ପରିବର୍ତ୍ତନ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

Share