୪ ମହଲା ହସ୍ପିଟାଲରୁ ଡେଇଁ ଆତ୍ମହତ୍ୟା କଲେ କରୋନା ସଂକ୍ରମିତ

ବେଙ୍ଗାଲୁରୁ,୨୭।୪: କର୍ନାଟକ ବେଙ୍ଗାଲୁରୁର ଭିକ୍ଟୋରିଆ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣେ କରୋନା ସଂକ୍ରମିତ ରୋଗୀ ୪ ମହଲା ଛାତରୁ ଡେଇଁ ଆତ୍ମହତ୍ୟା କରିଥିବା ଜଣାପଡିଛି। ସୋମବାର ସକାଳେ ଏହି ଘଟଣା ଘଟିଥିବା ବେଳେ ପୋଲିସ ଡେପୁଟି କମିଶନର ଡ. ରୋହିଣୀ କାଟୋଚ ଏସମ୍ପର୍କରେ ତଦନ୍ତ ଚାଲିଛି ବୋଲି କହିଛନ୍ତି। ସୂଚନାଯୋଗ୍ୟ, କର୍ନାଟକରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଏବେ ପର୍ଯ୍ୟନ୍ତ ୫୦୩ ଥିବା ବେଳେ ସେମାନଙ୍କ ମଧ୍ୟରୁ ୧୮୨ ଜଣ ସୁସ୍ଥ ହୋଇଛନ୍ତି ଓ ୧୯ ଜଣଙ୍କ ମୃତ୍ୟୁ ହୋଇଛି।

Share