୪ ମହାନଗର ନିଗମରେ ଯୋଗାଯିବ ‘ଆକ୍ୱାଗାର୍ଡ’ ଜଳ

ଭୁବନେଶ୍ୱର,୧୭।୬(ବ୍ୟୁରୋ):ରାଜ୍ୟରେ ୪ଟି ମହାନଗର ନିଗମରେ ଖୁବ୍‌ଶୀଘ୍ର ଟ୍ୟାପ୍‌ ଯୋଗେ ୨୪ଘଣ୍ଟିଆ ବିଶୁଦ୍ଧ ପାନୀୟଜଳ ଯୋଗାଣ ଉପଲବ୍ଧ ହେବ। ଲୋକେ ସିଧାସଳଖ ଏହି ଟ୍ୟାପ୍‌ରୁ ଆକ୍ୱାଗାର୍ଡ ମାନର ପାଣି ପାଇପାରିବେ। ରାଜଧାନୀର କେତେକ ଓ୍ବାର୍ଡରେ ପ୍ରଥମ ପର୍ଯ୍ୟାୟରେ ଏଭଳି ଜଳ ଯୋଗାଣ ଆରମ୍ଭ ହୋଇଛି। ସେହିପରି ବ୍ରହ୍ମପୁର, ପୁରୀ ଏବଂ କଟକରେ ମଧ୍ୟ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ। ଏହି ତାଲିକାରେ ସମ୍ବଲପୁର ମହାନଗର ନିଗମକୁ ଅନ୍ତର୍ଭୁକ୍ତ କରିବା ଲାଗି ସରକାରୀସ୍ତରରେ ମତ ପ୍ରକାଶ ପାଇଛି। ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ବୁଧବାର ଓ୍ବାଟେକାର ପାନୀୟ ଜଳ ଯୋଗାଣ ସଂକ୍ରାନ୍ତରେ ସମୀକ୍ଷା କରିଛନ୍ତି। ଏହି ଅବସରରେ ଓ୍ବାଟେକାର ପରିଚାଳନା ନିର୍ଦ୍ଦେଶକ ପି.କେ. ସ୍ବାଇଁଙ୍କ ସମେତ ଅନ୍ୟ ବରିଷ୍ଠ ଯନ୍ତ୍ରୀ ଓ ଅଧିକାରୀମାନେ ଉପସ୍ଥିତ ଥିଲେ।

Share