୪ ମହିଳା ସାଂସଦଙ୍କ ଉପରେ ବର୍ଣ୍ଣବୈଷମ୍ୟ ଟିପ୍ପଣୀ ଦେଲେ ଟ୍ରମ୍ପ୍‌

ଓ୍ବାଶିଂଟନ,୧୫।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ୪ ଜଣ ଡେମୋକ୍ରାଟିକ୍‌ ମହିଳା ସାଂସଦଙ୍କ ଉପରେ ବର୍ଣ୍ଣବୈଷମ୍ୟ ଟିପ୍ପଣୀ ଦେଇ ବିବାଦ ଘେରକୁ ଆସିଛନ୍ତି। ଟ୍ରମ୍ପ୍‌ କହିଛନ୍ତି ଯେ, ଯେଉଁ ଅଞ୍ଚଳରୁ ସେମାନେ ଆସିଛନ୍ତି ସେଠାକୁ ଫେରି ଯାଆନ୍ତୁ। ଟ୍ରମ୍ପ୍‌ଙ୍କ ଏଭଳି ମନ୍ତବ୍ୟ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ପ୍ରଥମଥର ସଂସଦକୁ ଆସିଥିବା ଏହି ସାଂସଦଙ୍କ ମଧ୍ୟରେ ନ୍ୟୁୟର୍କର ଅଲେକଞ୍ଜେଡ୍ରିୟା ଓକାସିୟା-ର୍କାତେଜ୍‌, ମିନେସୋଟାର ଇହ୍ଲାନ୍‌ ଓମର,ମିସିଗାନ୍‌ର ରଶିଦା ତଲୈବ୍‌ ଏବଂ ମାସାଚ୍ୟୁଟେସ୍‌ର ଅୟାନା ପ୍ରେସଲେ ରହିଛନ୍ତି।

Share