Categories: ଖେଳ

୪ ମାସ ପରେ ଏକାଠି ଖେଳିବେ ରୋହିତ-ବିରାଟ-ପନ୍ତ

ବର୍ମିଂହାମ,୯।୭: ଭାରତୀୟ ଟିମ୍‌ ଶନିବାର ଇଂଲଣ୍ଡ ବିପକ୍ଷରେ ଟି୨୦ ସିରିଜର ଦ୍ୱିତୀୟ ମୁକାବିଲା ଖେଳିବ। ଏଜବାଷ୍ଟନରେ ଖେଳାଯିବାକୁ ଥିବା ଏହି ମୁକାବିଲାରେ ପୂର୍ବତନ ଅଧିନାୟକ ବିରାଟ କୋହଲି, ଅଧିନାୟକ ରୋହିତ ଶର୍ମା ଏବଂ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତ ପ୍ରମୁଖ ଦଳକୁ ଫେରିଛନ୍ତି। କୋହଲି ଏବଂ ରୋହିତ ୫ ମାସ ପରେ ଅନ୍ତର୍ଜାତୀୟ ଟି୨୦ ଖେଳିବେ। ସେହିଭଳି ତିନି ଖେଳାଳି ୪ ମାସ ପରେ ଏକାଠି ଖେଳିବା ନଜର ଆସିବେ। ଏହାପୂର୍ବରୁ ଏମାନେ ମାର୍ଚ୍ଚ ୪ରେ ଏକାଠି ଶ୍ରୀଲଙ୍କା ବିପକ୍ଷରେ ଖେଳିଥିଲେ।

ଟିମ୍‌ ଇଣ୍ଡିଆ ପରିଚାଳନା ବିଭାଗ ଇଂଲଣ୍ଡ ଭଳି ବଡ଼ ଦଳ ବିପକ୍ଷରେ ପୂର୍ଣ୍ଣ ଶକ୍ତି ଥିବା ଦଳକୁ ଖେଳାଇବ ବୋଲି କୁହାଯାଉଛି। ଏହାଫଳରେ ଚଳିତ ବର୍ଷ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ପାଇଁ ଦଳର ଦୁର୍ବଳତା ଜଣାପଡ଼ିବ ବୋଲି ଆଶା କରାଯାଉଛି। ତେବେ ଦଳରେ କାହାକୁ ଖେଳାଯିବ ତାହା ଉପରେ ସମସ୍ତଙ୍କ ନଜର ରହିଛି।

Share