ନୂଆଦିଲ୍ଲୀ,୨୩।୯: ଦେଶର ୪ ରାଜ୍ୟର ୪ ବିଧାନସଭା ଆସନ ପାଇଁ ଉପନିର୍ବାଚନ କରାଯାଉଛି। ଏନେଇ ସୋମବାର ସକାଳୁ ଭୋଟିଂ ଆରମ୍ଭ ହୋଇଛି। ଛତିଶଗଡ଼ର ଦନ୍ତଓ୍ବାଡ଼ା, କେରଳର ପାଲା, ତ୍ରିପୁରାର ବାଧରଘାଟ ଏବଂ ଉତ୍ତରପ୍ରଦେଶର ହମିରପୁର ବିଧାନସଭା ଆସନ ଲାଗି ଭୋଟିଂ କରାଯାଉଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଏସବୁ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି। ଭୋଟ ଗ୍ରହଣ କେନ୍ଦ୍ର ଚାରିପଟେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏସବୁ ଆସନରେ ଭୋଟିଂ ପାଇଁ ଅଗଷ୍ଟ ୨୫ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏସବୁ ଆସନର ଫଳାଫଳ ସେପ୍ଟେମ୍ବର ୨୭ରେ ପ୍ରକାଶ ପାଇବ।